om academy

ରାଇରଙ୍ଗପୁର ଅଁଳାଯୋଡ଼ି ଷ୍ଟେସନ ନିକଟରେ କାମ କରୁଥିବା ବେଳେ ଜଣେ ଶ୍ରମିକ ମୃତ, ୨ ଆହତ

jsm

ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ଟାଟା ବଦାମପାହାଡ଼ ରେଳ ଲାଇନର ରାଇରଙ୍ଗପୁର ଅଁଳାଯୋଡ଼ି ଷ୍ଟେସନ ମଝିରେ କାମ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ତିରିଂ ଥାନା ଝରାଡ଼ି ଫାଣ୍ଡି କୁଦର ସାହି ଗ୍ରାମର କୁନା ରାମ ମାର୍ଣ୍ଡିର ପୁତ୍ର ଅଜେନ ମାର୍ଣ୍ଡି(୩୫) । ଆହତମାନେ ହେଲେ ନନ୍ଦା ବସା ଗ୍ରାମର ଜୟରାମ ସରେନ ଓ ଜିଆଲଦା ଗ୍ରାମର ଗୁମୁଦି ସରେନ । ମୃତ ଶରୀର ରାଇରଙ୍ଗପୁର ଡାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ବାଲେଶ୍ଵର ରେଳ ବାଇ ପୋଲିସ ଆସିଲେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.