oom

ନାଟ୍ୟଶ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞଳି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟ ଖ୍ୟାତି ପ୍ରାପ୍ତ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ତଥା ସଂସ୍କୃତି ବିଶେଷଜ୍ଞ, ସ୍ୱର୍ଗତ ଡ. ପଞ୍ଚାନନ ମିଶ୍ରଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ସହରର ବିଭିନ୍ନ ନାଟକ ତଥା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୋଭିଡ କଟକଣା ହେତୁ ଅନଲାଇନରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ପ୍ରଫେସର କେଶରଞ୍ଜନ ପ୍ରଧାନ ଅଧ୍ୟକ୍ଷତା ତୁଲାଇଥିଲେ । ଡଃ ପ୍ରମୋଦ କୁମାର ପାଢୀ, ରାଜେନ୍ଦ୍ର ମହାନ୍ତି, ସନ୍ତୋଷ ମହାନ୍ତି, ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ, ଡଃ ଜୟ କେତନ ତ୍ରିପାଠୀ, ବିଶ୍ରାମ ମେହେର, ଆଶିଷ ର୍ବୈକାର, ମନୋରଞ୍ଜନ ପୁରୋହିତ, ସୁବ୍ରତ ପଟ୍ଟନାୟକ, ରାଜ କୁମାର ସାହୁ, ଜଗନ୍ନାଥ ସେଠ, କେମନ୍ତ ସାହୁ, ମମତା ଦୀପ, ରମେଶ ମେହେର, ଡଃ ସରୋଜ କୁମାର ନାୟକ, ଟୁନା ବାରିକ, ଗୋପବନ୍ଧୁ ଶିକା, ମନିଷ ମିଶ୍ର, ଅଞୀନ ପ୍ରଧାନ, ଜୟସେନ ମହାକୁଡ, ଅଶ୍ୱିନୀ ପଟେଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.