oom

କବି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ, କବି, ଅଧ୍ୟାପକ ତଥା ସର୍ବସାଧାରଣର ସମ୍ପାଦକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ବିୟୋଗରେ ଗୁରୁବାର ନବୀନ ଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିଚାରଣ ସଭାରେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ କହିଥିଲେ ଯେ କବି, ଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କ କେବେ ହେଲେ ମୃତ୍ୟୁ ନାହିଁ । ଏହି ଉଦାହରଣଟି କବି ହରପ୍ରସାଦଙ୍କ କ୍ଷେତ୍ରରେ ପ୍ରାଯୁଜ୍ୟ ବୋଲି ସେ କହିଥିଲେ । ସଭାପତି ଶ୍ରୀ ରଥ ନିଜ ଭାଷଣରେ କବି ହରପ୍ରସାଦଙ୍କ ନବୀନ ସହ ଦୀର୍ଘଦିନର ସମ୍ପର୍କ ତଥା ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ଼ମ୍ବରୁଧର ସାହୁ, ସମାଜସେବୀ ଏସ.ପ୍ରକାଶ ଚନ୍ଦ୍ର ପାତ୍ର, କବି କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ବନ୍ଦନା ମହାପାତ୍ର, ବି. ସତ୍ୟମ୍‌ ଆଚାରୀ, ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପବିତ୍ର ଚୌଧୁରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇ ଦିବଂଗତ କବିଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

jittmm
Leave A Reply

Your email address will not be published.