oom

ଏକାଦଶାହରେ କବି ସୁଭାଷଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ନିକଟସ୍ଥ ଛତିଶଗଡ ରାଜ୍ୟ ବିର୍ଣ୍ଣିପାଲିଠାରେ ପ୍ରିୟ କବି ଡା. ସୁବାଷ ଚନ୍ଦ୍ର ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷାବିତ୍‌ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡା ଶିଶିର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଛତିଶଗଡ ଭାଜପାର ବରିଷ୍ଠ ନେତା ଜଗନ୍ନାଥ ପାଣିଗ୍ରାହୀ, ସମାଜସେବୀ ବାବୁଲାଲ ପଟେଲ, ଅବସରପ୍ରାପ୍ତ ଶିକ୍ଷକ ଗହକି ବାରିକ, ଅଧ୍ୟାପକ ଟେକଚାନ୍ଦ ଦୁଆନ, ଅଧ୍ୟାପକ ସୁକୁମାର ଭୋଇ, ଚିତ୍ତବୋଧ ସାହୁ, ନବୀନ ସାହୁ, ସୌଭାଗ୍ୟ ସାହୁ, କୌଶିକ ସାହୁ, ଉପେନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅତିଥିମାନେ “ସୁରତାଥିଁ ସୁଭାଷ” ସ୍ମରଣୀକାକୁ ଉନ୍ମୋଚନ କରିଥିଲେ । ଡା ସୁଭାଷ ଚନ୍ଦ୍ର ସାହୁ ଅଞ୍ଚଳରେ ଜଣେ ଜନ ପ୍ରିୟ ଚିକିତ୍ସକ, କବି, ପ୍ରବଚକ ତଥା କୁଲିତା ସମାଜର ବିଭିନ୍ନ କାର୍ଯ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଶେଷରେ କବିଙ୍କ ପୁତ୍ର ରବୀନ୍ଦ୍ର ସାହୁ ଏବଂ ଲକ୍ଷପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ସୁଭାଷ ସାହିତ୍ୟ ପ୍ରେମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.