oom

ଓଡ଼ିଶାର ଜନକ ମଧୁସୂଦନଙ୍କୁ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଉତ୍କଳ ଗୌରବ ମଧୁସୂଦନଙ୍କୁ ୧୭୪ତମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ ଓଡ଼ିଆ ଜାତିର ଅସ୍ମିତା ଓଡ଼ିଶା ଭୂମିର ଗୌରବ ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରକୃତରେ ଥିଲେ ଜଣେ ଓଡ଼ିଆ ପୁଅ । ଏ ମାଟିର ସେ ଚିର ବନ୍ଦନୀୟ ସେଥିପାଇଁ ଆଜି ସମସ୍ତଙ୍କ ମୁଖରେ ଗୋଟିଏ କଥା ସେ ହେଉଛନ୍ତି ଓଡ଼ିଶା ଜନକ, ଓଡ଼ିଆ ଜାତିର ମୁକୁଟ ବିହୀନ ସମ୍ରାଟ । ତାଙ୍କ ପାଇଁ ଆମେ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ପାଇଛୁ । ତାଙ୍କ ପାଇଁ ଆମେ ଓଡ଼ିଆ ଭାଷାରେ କଥା କହିବାର ଅଧିକାର ପାଇଛୁ । ଖଣ୍ଡ ବିଖଣ୍ଡିତ ଉତ୍କଳର ଏକତ୍ରିକରଣରେ ସେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଜଣେ ମହାନାୟକ ହୋଇପାରିଥିଲେ । ତାଙ୍କ ଆଦର୍ଶକୁ ମହାତ୍ମା ଗାନ୍ଧୀ ଅନୁସରଣ କରି କାର୍ଯ୍ୟକାରୀ କରିଥିଲେ । ମଧୁସୂଦନ ପୁରାତନ ଶିଳ୍ପର ପୁନରୁଦ୍ଧାର ଓ ନୂତନ ଶିଳ୍ପର ପ୍ରତିଷ୍ଠା ପ୍ରଭୃତି ବିଭିନ୍ନ କାର୍ଯ୍ୟକଳାପ ଯେ, ତାଙ୍କୁ ଶ୍ରେଷ୍ଠ ନାୟକର ମର୍ଯ୍ୟାଦା ଦେବା ସହିତ ନବ ଉତ୍କଳର ନିର୍ମାତା କୁଳବୃଦ୍ଧଙ୍କୁ ଆମେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ଆଜି ଷ୍ଟେସନ ଛକ ପାଖ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର, ଅଶୋକ ରାଉତ, ସୁମନ ଦତ୍ତ, ଅରବିନ୍ଦ ପାତ୍ର, ସଭାପତି ପ୍ରଶାନ୍ତ କୁମାର ପତି, କେଦାରନାଥ ପ୍ରଧାନ, ବଳରାମ ରାଉଳ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.