ପ୍ରାଜ୍ଞପୁରୁଷ କବି ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ପଏଁରୀ, ନାଟ୍, ନାଟ୍ୟଚକ୍ର, ଭୀମଭୋଇ କଳା ପରିଷଦ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଟ୍ରେଣ୍ଡି ଏକାଡେମୀ ଓ କୋଶଲ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଗତକାଲି ସଂଧ୍ୟା ୭.୦୦ ଘଟିକାରେ ମହାନଦୀ ସାହିତ୍ୟ ସଂସଦରେ ଅନୁଷ୍ଠାନର ସୁଯୋଗ୍ୟ ସନ୍ତାନ ପ୍ରାଜ୍ଞ ପୁରୁଷ, ବରିଷ୍ଠ କବି ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ଅମର ଆତ୍ମାଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ମହାନଦୀ ସାହିତ୍ୟ ସଂସଦ ଅଫିସ ଗୃହରେ ଏକ ଶ୍ରଦ୍ଧାଂଜଳି ସଭାର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରୁ ତାଂକ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପାଂଜଳି ଅର୍ପଣ କରି ପ୍ରିୟ ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ଗବେଷକ ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଲେ ସୁବର୍ଣ୍ଣପୁର ମାଟି ତାର ଯୋଗ୍ୟତମ ପ୍ରାଜ୍ଞ ପୁରୁଷଙ୍କୁ ହରାଇଲା । ଯାହା ଆମ ପାଇଁ ଅପୁରଣୀୟ କ୍ଷତି । ଏହି ସଭାରେ ପ୍ରଫେସର୍ ମୀନା ମହାରଣା, ପ୍ରଫେସର୍ ଲୋକେଶ ପ୍ରଧାନ, ଡକ୍ଟର ସୌରଭ ରଂଜନ ଖମାରୀ, କବି ପ୍ରଭୁଦତ୍ତ ରଥ, କବି ଅମ୍ବୁଜ ବିହାରୀ ଶତପଥୀ, କବି ଶ୍ୟାମା ଓଁ ପ୍ରସାଦ ମିଶ୍ର, ଅଧ୍ୟାପକ ସୁବାଷ ପଣ୍ଡା, କବି ବେଣୁଧର ପ୍ରଧାନ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ, ବାସୁଦେବ ତ୍ରିପାଠୀ, ଚୌଧୁରୀ ବିଭାର, କବି ବିଘ୍ନରଜ ପଣ୍ଡା, ଜିତେନ୍ଦ୍ର ମହାପାତ୍ର, ବନମାଳି ପଣ୍ଡା, ଉମେଶ କୁମ୍ଭାର, ଗଳ୍ପିକ କ୍ଷୀରୋଦ ବିଶ୍ବାଳ , ମନୋଜ ବାରିକ, ଦେବାଶିଷ ପଟନାୟକ, ରାଧେଶ୍ୟାମ ପୁରୋହିତ, ଯୁଧିଷ୍ଠିର ପଧାନି ଆଦି ବ୍ୟକ୍ତିବୃନ୍ଦ ଯୋଗଦାନ କରି ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଉକ୍ତ ସଭାକୁ ଅନୁଷ୍ଠାନର ଉପସଭାପତି କବି ଡକ୍ଟର ପୁରୁଷୋତ୍ତମ ମିଶ୍ର ସଂଯୋଜନା କରିଥିଲେ ।

Comments are closed, but trackbacks and pingbacks are open.