ବିଖ୍ୟାତ ଗଣିତଜ୍ଞ ସ୍ୱର୍ଗତ ବାଇକୋଳି ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଡ଼ଜାତ ରାଜ୍ୟ ଭାବେ ପ୍ରତିଷ୍ଠିତ ଅଧୂନା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟଗଡ଼ର ମହତ୍ତ୍ୱ ଉଲ୍ଲେଖନୀୟ ଅଟେ । ମହାରାଜା ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜଦରବାରରେ ଅନେକ ବିଦ୍ୱାନୀ, ଜ୍ଞାନୀ, ପାଣ୍ଡିତ୍ୟ ଗଣ ବିଭିନ୍ନ ପଦବାଚ୍ୟରେ ଭୂଷିତ ଓ ସମ୍ମାନୀତ ହୋଇଥିବା କଥା- ତଥ୍ୟ ଉଲ୍ଲେଖଯୋଗ୍ୟ ଅଟେ । ତନ୍ମଧ୍ୟରେ ଜ୍ୟୋତିଷ ବିଶାରଦ ଉପାଧିରେ ଭୂଷିତ ବିଖ୍ୟାତ ଗଣିତଜ୍ଞ ସ୍ୱର୍ଗତ ବାଇକୋଳି ମହାପାତ୍ର ଅନ୍ୟତମ ଅଟନ୍ତି । ଜ୍ୟୋତିଷ ବିଶାରଦ ଉପାଧିରେ ଭୂଷିତ ବିଖ୍ୟାତ ଗଣିତଜ୍ଞ ସ୍ୱର୍ଗତ ବାଇକୋଳି ମହାପାତ୍ର ମହୋଦୟଙ୍କ ତୈଳପଟ୍ଟଚିତ୍ର ବିଶିଷ୍ଟ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଅଙ୍କିତ ପ୍ରତିକୃତୀ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.