oom

ସଂସ୍କାର ଭାରତୀ ବଲାଙ୍ଗିର ପକ୍ଷରୁ ଲତାଜୀ, ପଣ୍ଡିତ ହୋତାଜୀ ଓ ବପ୍ପି ଦାଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟ ଅତୀତରେ ସ୍ୱର୍ଗାରୋହଣ କରିଥିବା ସ୍ୱର ସାମ୍ରାଜ୍ଞୀ ଲତାଜୀ, ପଣ୍ଡିତ ଦାମୋଦର ହୋତା ତଥା ସଂଗୀତ ନିର୍ଦ୍ଦେଶକ ବପ୍ପି ଲହରୀଙ୍କୁ ବଲାଙ୍ଗିର ଜିଲ୍ଲା ସଂସ୍କାର ଭାରତୀ ପକ୍ଷରୁ ତେଲିଗୋଠପଡା ସ୍ଥିତ ଚିତ୍ର, ସଂଗୀତ ଓ ନୃତ୍ୟ ଶିକ୍ଷାନୁଷ୍ଠାନ ‘କଳାଧାମ’ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏ ଅବସରରେ ସଂସ୍କାର ଭାରତୀ ବଲାଙ୍ଗିର ଜିଲ୍ଲା ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ ସଭାପତି ବାସୁଦେବ ମେହେର, ଜିଲ୍ଲା ସଂଯୋଜକ ପ୍ରଭାକର ମିଶ୍ର, ଉପ-ସଭାପତି ମୁରଲିଧାରୀ ପତି, ସହ-ସଂପାଦକ ମଳୟ ତ୍ରିପାଠୀ, ଉତ୍କଳ ପଶ୍ଚିମ ପ୍ରାନ୍ତ ଉପ-ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅଶୋକ ଚାନ୍ଦ, ରାହାସ ବିହାରୀ ଭୋଇ, ଜବାହାର ନନ୍ଦ ତଥା ଅନ୍ୟାନ୍ୟ ସଭ୍ୟବୃନ୍ଦ ଉପସ୍ଥିତ ରହି ଦିବଂଗତ ମହାନ ପ୍ରତିଭାଧାରୀଙ୍କୁ ଦୀପ, ଧୂପ ତଥା ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି କାମନାର୍ଥେ ନିରବ ପ୍ରାର୍ଥନା ପୂର୍ବକ ସେ ସମସ୍ତଙ୍କ ମହାନ କୃତିତ୍ୱର ସ୍ମୃତି ଚାରଣ କରିଥିଲେ । ଅଜୟ ଅମର ସିଂହଦେଓ ଭାଓଲିନ୍‌ ବାଦନ ଜରିଆରେ ସ୍ୱରାଞ୍ଜଳୀ ଅର୍ପଣ କରିଥିଲେ ଓ ନଳିନୀ ସିଂହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.