ଶ୍ରୀକୃଷ୍ଣା କ୍ରିକେଟ କ୍ଲବ ଖେମେଡ଼ଖାର ଦ୍ୱାରା ସହିଦ ଯବାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଚାରପାଲି ଗ୍ରାମପଞ୍ଚାୟତ ଖେମେଡ଼ଖାର ଗ୍ରାମରେ ପାଞ୍ଚ ଦିନ ଧରି ଚାଲିଥିବା ୩ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚାରି ନମ୍ବର ଦିନରେ ଖେମେଡ଼ଖାର ଯୁବକ ମାନଙ୍କର ଏକ ସୁନ୍ଦର ପ୍ରୟାସ । ଏଥିରେ ଆଜିର ମୁଖ୍ୟ ଅତିଥି ସିଆର୍‌ପିଏଫ୍‌ ଯବାନ ରୋହିତ ବଢ଼େଇଙ୍କ ପ୍ରୟାସରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଆଜି ଦିନରେ ସହିଦ ହୋଇଥିବା ୪୦ ଜଣ ବୀର ସହିଦ ଯବାନଙ୍କ ସ୍ମ୍ମୃତିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ କେଣ୍ଡଲ ମାର୍କ କରିବା ସହିତ ପାଞ୍ଚ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ । ଏଥିରେ ନେତୃତ୍ୱ ନେଇଥିଲେ ସୁମିତ୍ କୁମାର ବଢ଼େଇ, ସାବନ ନାୟକ, ସୁଧୀର ଷାଣ୍ଡ, ରାକେଶ ବାରିକ ସହଯୋଗରେ ଶ୍ରୀକ୍ରିଷ୍ଣା କ୍ରିକେଟ କ୍ଲବର ସଦସ୍ୟ ରଞ୍ଜନ ଷାଣ୍ଡ, ସତ୍ୟ କୁମାର ଗିଦିଲି, ସ୍ୱାଗତ ନାୟକ, ଚନ୍ଦ୍ରକାନ୍ତ ରଣା, ଯୁଧିଷ୍ଠିର ଗହୀର, ଜିତେଶ ରଣା, ସମିତ ବଢ଼େଇ, ସୁଜିତ ବଢ଼େଇ, ନକୁଳ ବରିହା, ଭାରତ ବରିହା, ଜୟନ୍ତ ସାହୁ, ରମେଶ ବାରିକ, ନିରଞ୍ଜନ ରଣା, ସୁଶାନ୍ତ ରଣା ଦେବଦତ୍ତ କୁଅଁର, ନୀଳାକାର ରଣା, ସୁଧୀର ଷାଣ୍ଡ, ରାକେଶ ବାରିକ, ସୁଶାନ୍ତ କୁଅଁର ଓ ଅହିରାଜ ବରିହା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ସଭାକୁ ସଫଳ କରିଥିଲେ ।

Leave A Reply

Your email address will not be published.

error: Content is protected !!