ସୁମନ୍ତ ଭୋଇଙ୍କୁ ବସ୍‌ ମାଲିକ ସଂଘର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ସୁମନ୍ତ ଭୋଇଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ଶୋକର ଛାୟା ଖେଳିଯାଇଛି । ଅସମୟରେ ହଠାତ୍‌ ତାଙ୍କ ପରଲୋକ ଗମନକୁ ସଭ୍ୟମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କ ପରଲୋକ ଗମନର ପୂର୍ବଦିନ ସଂଘର ସାଧାରଣ ପରିଷଦ ବୈଠକରେ ସେ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସଂଘ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଶୋକସଭାରେ ସ୍ୱର୍ଗତ ଭୋଇଙ୍କ ସ୍ମୃତିଚାରଣ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବସ୍‌ ମାଲିକ ସଂଘକୁ ସୁଦୃଢ କରିବାରେ ତାଙ୍କ ଦୀର୍ଘ ବର୍ଷର ଅବଦାନକୁ ସଭ୍ୟମାନେ ମନେ ପକାଇବା ସଙ୍ଗେ ତାଙ୍କର ବିୟୋଗ ସଂଘରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଥିଲେ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସଙ୍ଗେ ଏଭଳି ଦାରୁଣ ଦୁଃଖକୁ ସମ୍ଭାଳିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ସମ୍ପାଦକ ପ୍ରଦ୍ୟୁତ ମିଶ୍ର, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବ ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ସଭ୍ୟ ଦୁର୍ଗାଚରଣ ବେହେରା, ଓମ୍‌ପ୍ରକାଶ ଚାନ୍ଦ, ଅକ୍ଷୟ କଣ୍ଟା, ଆଶୁତୋଷ ମିଶ୍ର, ମାନସ ରଞନ ନାୟକ, ଡମ୍ବରୁ ଆଚାର୍ଯ୍ୟ, ସଞ୍ଜିବ ପଣ୍ଡା, ମନୋଜ ଗୁରୁ, ହିମାଂଶୁ ନାୟକ, ଚନ୍ଦ୍ରମଣି ତ୍ରିପାଠୀ, ଭବାନୀ ଶଙ୍କର ପଟେଲ, ଜୟନ୍ତ ସିଂହଦେଓ, ସୁମନ୍ତ ପଟେଲ, ରିଙ୍କୁ ଭୋଇ, ମୁନା ଶତପଥି, ଟିକୁ ନନ୍ଦ, ସୁନୀଲ ମିଶ୍ର, ପ୍ରାଣନାଥ ପ୍ରଧାନ, ସଞ୍ଜିବ ମହାନ୍ତି, ସଞ୍ଜିବ ସାହୁ ପ୍ରମୁଖ ସମସ୍ତ ସଭ୍ୟ ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.