ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୱିଲସନ ସିଂହଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ନାମକରା କ୍ରିକେଟ ଖେଳାଳି ତଥା ଓସିଏ ପ୍ୟାନାଲ୍ ଅମ୍ପୟାର ୱିଲସନ ସିଂହଙ୍କ ବିୟୋଗରେ ଜିଲ୍ଲା ତଥା ଜିଲ୍ଲା ବାହାରେ କ୍ରିକେଟ ପ୍ରେମୀ ତଥା କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଗଭୀର ଶୋକ ଖେଳି ଯାଇଛି । ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦ, ଜିଲ୍ଲା କ୍ରିକେଟ ଆସୋସିଏସନ୍ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଂଜଳି ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରରୁ ଆସିଥିବା କ୍ରୀଡାବିତ୍ ତଥା ଖେଳାଳୀମାନେ ୱିଲସନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ପ୍ରଥମେ ସ୍ୱର୍ଗତ ୱିଲସନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଅମର ଆତ୍ମାକୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଥିଲା । ଆଜି ଶ୍ରଦ୍ଧାଂଜଳି ସଭାରେ ଉପସ୍ଥିତ ତାଙ୍କ ସହ ଖେଳିଥିବା ସାଥୀ ଖେଳାଳୀ, ତାଙ୍କର ବନ୍ଧୁ ତଥା କ୍ରୀଡା ସଂଗଠନ ଗୁଡିକରେ ତାଙ୍କ ସହ କାର୍ୟ୍ୟ କରିଥିବା ସମସ୍ତେ ତାଙ୍କର ଅମାୟିକ ବ୍ୟବହାର, କ୍ରିକେଟ ପ୍ରତି ଆଜୀବନ ସମର୍ପଣ ଭାବ, ତାଙ୍କର ଲଢ଼ିବାପଣ ଉପରେ ଆଲୋକପାତ କରିବା ସହ ତାଙ୍କର ଅସମୟରେ ମୃତ୍ୟୁ କ୍ରୀଡା ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଥିଲେ । ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ପୂର୍ବ ସାଧାରଣ ସମ୍ପାଦକ ଅରୁଣ କୁମାର ମହାନ୍ତି, କ୍ରିକେଟ ସମ୍ପାଦକ ଅମିୟ ଭୂଷଣ ସାହୁ, ଆଉଟ୍ ଡୋର ସମ୍ପାଦକ ସୁରେଶ ଦାଶ, ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଜ୍ଞାନ ରଞ୍ଜନ ପୁଝାରୀ, ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ହରିହର ପ୍ରଧାନ, ସାଧାରଣ ସମ୍ପାଦକ ରବି ପଣ୍ଡା, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ ସାହୁ, ଚନ୍ଦ୍ର ଶେଖର ପ୍ରଧାନ, ରଜତ ଦାଶ, ବରିଷ୍ଠ ସଦସ୍ୟ କିଶୋର ରଥ, ସନ୍ତୋଷ ପଣ୍ଡା, ଗିରିଜା ନାଥ, ପ୍ରଦୀପ ନନ୍ଦ, ନବୀନ ଲାଠ, ସୋର୍ଯ୍ୟ ରଞ୍ଜନ ରାୟ, ଅଧ୍ୟାପକ ତଥା କ୍ରିକେଟ ଭାସ୍ୟକାର ସନ୍ତୋଷ ନାୟାର, ସୋହେଲା ଏଥ୍‌ଲେଟିକ ଆସୋସିଏସନ୍‌ର ସଭାପତି ସତ୍ୟ ନାରାୟଣ ଦେବତା, ସମୀର ଝାଙ୍କର, ଫିରୋଜ ଖାଁ, ଅଶ୍ଵିନୀ ପାତ୍ର, ବରପାଲି ବରିଷ୍ଠ କ୍ରିକେଟ ଖେଳାଳୀର ଗୌର ନାଗ, ନିମାଇଁ ଥଇତ, ପ୍ରଦୀପ ଦାଶ, ଅତାବିରା ବରିଷ୍ଠ କ୍ରିକେଟ ଖେଳାଳି ସୁଧାଂଶୁ ତ୍ରୀପାଠୀ, ପ୍ରକାଶ ଶର୍ମା, ନୂଆଗଡ କ୍ରିକେଟ୍ ଆସୋସିଏସନର ସଭାପତି ରାମାଞ୍ଚଲ ଖମାରୀ, ସତ୍ୟରାମ୍ ଖମାରୀ, ବ୍ଲୁ ଡ଼ାଇମଣ୍ଡ କ୍ରିକେଟ କ୍ଲବ ସମ୍ପାଦକ ୱାସିମ୍ ରାଜା, ଏମ.ଡି. ସଲିମ, ଅମରେଶ ତ୍ରିପାଠୀ, ଭରତ ପଣ୍ଡା, ରାଜୁ ସିଂ, ରାମ ସ୍ୱରୂପ ପଣ୍ଡା, ଶ୍ରୀକାନ୍ତ ପ୍ରଧାନ, ମନୋଜ ପାତ୍ର, ରାଜ୍ୟ ପାଇଁ ପ୍ରତିନିଧିତ୍ଵ କରି ଥିବା ଖେଳାଳୀ ପ୍ରବୀଣ ଲୁହା, ଲୁଇସା ଦାଶ ଓ ବହୁ ଯୁବ ଖେଳାଳୀ ଉପସ୍ଥିତ ରହି ସ୍ୱର୍ଗତ ୱିଲସନଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ସେହିପରି ଆଜି ଭେଡେନ ରଞ୍ଜିତା ପଡିଆଠାରେ ଚାଲିଥିବା ବିବିପିଏଲ୍ କ୍ରିକେଟ ପ୍ରତିଯୋଗିତାରେ ଆୟୋଜକ ଓ ଖେଳାଳୀମାନେ ସ୍ୱର୍ଗତ ୱିଲସନ ସିଂହଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ ।

Leave A Reply

Your email address will not be published.