oom

ବୀର ଯବାନଙ୍କୁ ଟାଉନ କ୍ଲବ ତରଫରୁ ଶ୍ରଦ୍ଧାଞ୍ଜଳି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ସିଡିଏସ୍‌ ତଥା ଭାରତ ମା’ଙ୍କର ବୀର ସୁପୁତ୍ର ସ୍ୱର୍ଗତଃ ବିପିନ ରାୱତ ତଥା ଅନ୍ୟ ଏଗାର ଜଣ ବୀର ଯବାନଙ୍କର ବିମାନ ଦୁର୍ଘଟଣାରେ ପରଲୋକ ସାରା ଦେଶ ପାଇଁ ଏକ ଶୋକ ଦାୟକ ଖବର ଥିଲା । ବିମାନ ଦୁର୍ଘଟଣାରେ ଆକାଳ ପ୍ରାଣ ହରାଇଥିବା ଭାରତର ତ୍ରିସେନା ମୁଖ୍ୟ ତଥା ଅନ୍ୟ ବୀର ଯବାନମାନଙ୍କର ଶୋକରେ ସାରା ଦେଶରେ ଜନ ସାଧରଣ ସମସ୍ତ ଜନତାଙ୍କ ଆଖି ଅଶ୍ରୁଳ ହୋଇଛି । ସେହିପରି ଆଜି ଟାଉନ କ୍ଲବ ଆନୁକୂଲ୍ୟରେ ସମସ୍ତ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ କ୍ୟାଣ୍ଡେଲ ପ୍ରଜ୍ଵଳନ ପୂର୍ବକ ଅମର ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କ ନିକଟରେ ନିରବ ପ୍ରାର୍ଥନା କରାଯାଇଥିଲା । କ୍ଲବ ତରଫରୁ ଅନୁଷ୍ଠିତ ଏହି ସଭାରେ ଟାଉନ କ୍ଲବ ସଭାପତି ଶ୍ରୀ ଶିରିଷ କୁମାର ବହିଦାର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ସମ୍ପାଦକ ପ୍ରତାପ ମିଶ୍ର, ବରିଷ୍ଠ ସଦସ୍ୟ ବାୟାନିଧି ସାହୁ, ଧନମାଲି ସାହୁ, ଅଶୋକ କୁମାର ମିଶ୍ର, ସୁନୀଲ ଅଗ୍ରୱାଲ, ସୁବାଷ ପାତ୍ର, ନରେଶ ସୁନ୍ଦର ସାହୁ, କୁନାଲ ପାଣିଗ୍ରାହୀ, ସୋମେଶ ମହାନ୍ତି, ତରଣୀ ସେନ ସାହୁ, ଦିନେଶ ବାରିକ ତଥା ପଦ୍ମପୁର ସୈନିକ କଲ୍ୟାଣ ସଙ୍ଘ ତରଫରୁ ଭାସ୍କର ଦାସ, ସୁରେଶ ପତି ତଥା ବହୁ ଜନସାଧରଣ ଯୋଗ ଦେଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.