ଟିଟିଲାଗଡ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇରିଗେସନ୍ ବଙ୍ଗଳା ଠାରେ ପାଳନ କରାଯାଇଛି । ଏହା ସହ ଛତିଶଗଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଜେପିର ନୀତି ଆଦର୍ଶ ତଥା ଦେଶଭକ୍ତି ନୂତନ ଯୁବ ପିଢ଼ିଙ୍କୁ ଆକୃଷ୍ଟ କରୁଛି ଏବଂ ନୂତନ ଯୁବ ପିଢ଼ି ବିଜେପିକୁ ଅଧିକ ସମର୍ଥନ କରୁଥିବା ପରିଲକ୍ଷିତ ହେଉଛି ତେଣୁ ଆଗାମୀ ଦିନରେ ଟିଟିଲାଗଡରେ ଅଧିକରୁ ଅଧିକ ଯୁବ ପିଢ଼ିଙ୍କୁ ବିଜେପି ସହିତ ଯୋଡ଼ିବାକୁ ପ୍ରୟାସ କରାଯିବ ବୋଲି ମତପ୍ରକାଶ ପାଇଥିଲା । ଟିଟିଲାଗଡ ବିଜେପିର ଯୁବ ମୋର୍ଚ୍ଚାର ଯୁବ ନେତା ହରପ୍ରତାପ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଭିନାଶ ବଗର୍ତ୍ତି, ସମୀର ମନହିରା, ଧନୀରାମ ବେହେରା, ମଞ୍ଜିତ୍ ସିଂ ବରିହା, ଋତୁରାଜ ତାଣ୍ଡି , ଶେଖର ଦାସ, ପ୍ରଜ୍ଞା ଯାଦବ, ଟିକୁ ସାହୁ, ଶିବୁ ଜାଲ, ମୋହିତ ଯାଦବ, ବିକାଶ ତାଣ୍ଡି, ମୁକେଶ ବଛା, ସ୍ୱରୂପ ଖମାରୀ, ମନିଷ ସାହୁ, ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ । ତେବେ ଆଗାମୀ ଦିନରେ ଟିଟିଲାଗଡର ସ୍ଵାଦ ତଥା ସ୍ଥାନୀୟ ସମସ୍ୟାକୁ ନେଇ ଜୋରଦାର ଲଢେ଼ଇ ହେବା ବୋଲି ଯୁବନେତା ଶ୍ରୀ ଦାସ ଜଣାଇଛନ୍ତି ।

Leave A Reply

Your email address will not be published.