କଂଟାବାଂଜି ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଂଟାବାଂଜି, (ଗୁରୁଦୟାଲ ହଂସ) : କନ୍ଧମାଳ ଜିଲ୍ଲାରେ କାର୍ୟ୍ୟରତ ସାମ୍ବାଦିକ ତାରଣୀ ପାଢ଼ୀଙ୍କ ଆଜି ଏକ ଭୁବନେଶ୍ୱରର କିମ୍‌ସ୍‌ ଘରୋଇ ହସ୍ପିଟାଲରେ ବିୟୋଗ ହୋଇଯାଇଛି । ସେ ତିନି ଚାରି ଦିନ ହେବ ଅସୁସ୍ଥ ଅବସ୍ଥାରେ ଫୁଲବାଣୀ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏବଂ ଗତକାଲି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଫଳରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପୂର୍ତ୍ତ ଡାକବଙ୍ଗଳାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି । ତା’ସହ ତାଙ୍କ ପରିବାରର ଆର୍ଥିକ ଅଵସ୍ଥା ଭଲ ନ ଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବୀ ହୋଇଛି । ଏହି ଶୋକସଭାରେ ସଙ୍ଘର ସମ୍ପାଦକ ଗୁରୁଦାୟଲ ହଂସ , କାର୍ୟ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି , କୋଷାଧ୍ୟକ୍ଷ ମୋହନ ସୋନୀ, କାର୍ୟ୍ୟକରଣୀ ସଦସ୍ୟ କୃତିକର ବାଗ, ବିନୋଦ ସିଂ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.