ସମାଜସେବୀ ସ୍ୱର୍ଗତା କିରଣ ଦେବୀ ଅଗ୍ରୱାଲଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ରୋଷନ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କୁ ଆଜି ପଦ୍ମପୁର ବାସ ଭବନରେ ଏକାଦଶାହ ଉପଲକ୍ଷେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଫଟୋଚିତ୍ର ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତା କିରଣ ଦେବୀ ଅଗ୍ରୱାଲ ଜଣେ ସମାଜସେବୀ ଭାବେ ଅନେକ ଲୋକଙ୍କ ସେବା ସହ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଥିଲେ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ନିଜର ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତା କିରଣ ଦେବୀଙ୍କ ତିନି ପୁଅ ସୁରେଶ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଆଦର୍ଶ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.