jayashree

ଶିକ୍ଷକ ନବ କିଶୋର ପରିଡ଼ାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁକର୍ମ ହୀନ ଜୀବନ ଯେତେ ଦୀର୍ଘ୍ୟ ସ୍ଥାୟୀ ହେଲେ ମଧ୍ୟ ବାସହୀନଫୁଲ ପରି ଅସାର । କିନ୍ତୁ ଝରା ଶେଫାଳୀ ପରି ସନ୍ଧ୍ୟାରେ ଫୁଟି ସକାଳେ ଝଡିପଡ଼େ ସତ, ହେଲେ ମୃଦୁ ମନ୍ଦ ମଳୟ ପବନରେ ଭାସି ଆସୁଥିବା ସୁବାସିତ ଭୁରୁ ଭୁରୁଗନ୍ଧ ଚାରିଆଡେ ମହକାଇ ମାନ ଓ ମୁନକୁ ଆତ୍ମହରା କରିଦିଏ । ଠିକ୍ ସେହିପରି ବରିଷ୍ଠ ଶିକ୍ଷକ ନବ କିଶୋର ପରିଡା(ନବ ସାର୍) ଥିଲେ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ । ସୁରେଶ କୁମାର ମଧ୍ୟ ଇଂରାଜୀ ବିଦ୍ୟାଳୟ ବୁଢ଼ଙ୍ଗରାରେ ନିଜର ଶିକ୍ଷକତା ବୃତ୍ତି ଅବଲମ୍ବନ କରି, ତତ୍ ପରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା, ଶେଷରେ ହରିଡା ମଡ଼ା ପ୍ରାଥମିକ ବିଦ୍ୟାଳୟରୁ ୨୦୨୧ ମସିହାରେ ଅବସର ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଶିକ୍ଷକତା ଜୀବନରେ ସବୁଠାରେ ସାଉଁଟିଥିଲେ ଆଦର, ସ୍ନେହ ଓ ଭଲ ପାଇବାର ନିଛକ ଅନୁଭୁତି । ଜଣେ ସ୍ନେହି ଛାତ୍ର ବତ୍ସଳ, ବିଦ୍ୟାନୁରାଗୀ, ମିଷ୍ଠ ଭାଷୀ, ବନ୍ଧୁତ୍ୟ ଭାବ, ସର୍ବୋପରି ଅକୁଣ୍ଠିତ ଚିତରେ ଅନ୍ୟକୁ ସାହାଜ୍ୟ କରିବା ବ୍ୟକ୍ତିତ୍ଵର ଅଧିକାରୀ । ମାତ୍ର ୬୨ ବର୍ଷ ବୟସରେ ଅର୍ଥାତ ତା୧୭/୦୮/୨୦୨୩ରିଖରେ ସେ ହୋଇଥିଲେ ସ୍ଵର୍ଗ ଧାମର ପଥିକ । ଆଜି ତା୨୭/୦୮/୨୦୨୩ରିଖ ବିଦେହି ଆତ୍ମାର ସଦ୍‌ଗତି ନିମନ୍ତେ ନିଜସ୍ଵ ବାସ ଭବନ ବିତିପୁରଠାରେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସ୍ଵାଇଁଙ୍କ ସଭାପତିତ୍ଵରେ । ସଭାଟିକୁ ପରିଚାଳନା କରିଥିଲେ ଦାମୋଦର ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟ । ଆଖପାଖ ଅଞ୍ଚଳର ଶିକ୍ଷକ/ଶିକ୍ଷୟିତ୍ରୀ ସର୍ବୋପରି ଶିକ୍ଷକ ଅମିନ ବେହେରା, ଅଜୟ ରାଉତରାୟ, ଅଜୟସୁବୁଦ୍ଧି, ଆର୍ତ୍ତତ୍ରାଣ ପାତ୍ର, ଆର୍ତ୍ତତ୍ରାଣ ମହାନ୍ତି, ନିରଞ୍ଜନ ସାହୁ, ପ୍ରକାଶ ସାମନ୍ତରାୟ, ଚିତ୍ତରଞ୍ଜନ ରାଉତରାୟ, ଶିକ୍ଷିକା ଲଳିତା ସାହୁ, ସହପାଠୀ ଗୋପିନାଥ ସାସମଲ, ବେଣୁଧର ସାହୁ, ବାସୁଦେବ ଜେନାଙ୍କ ସମେତ ଅନେକ ଛାତ୍ର, ସମାଜସେବି ରବିନ୍ଦ୍ର ସାହୁ, ପୁଅ ମାନସ, ଝିଅ ଆରତୀ, ପ୍ରଣତି, ଜୋଇଁ ରାଧାନାଥ ମଙ୍ଗରାଜ ସମେତ ଜ୍ଞାତି ପରିଜନ ବନ୍ଧୁବାନ୍ଧବ, ଅନେକ ଅଞ୍ଚଳର ଭଦ୍ରବ୍ୟକ୍ତି ବୃନ୍ଦ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ । ଏଥି ପୂର୍ବରୁ ଅନେକ ନୂତନ ଓ ପୁରାତନ ତଥା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସଙ୍ଗେ ସଙ୍ଗେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତ୍ରିନାଥ ବଳିୟାର ସିଂ ଧନ୍ୟବାଦ ଅର୍ପଣ କରି ସମସ୍ତ ବ୍ୟକ୍ତି ବିଶେଷମାନଙ୍କୁ ମହାପ୍ରସାଦ ସେବନ କରିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.