ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟି, ବଲାଙ୍ଗିର ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସଙ୍ଗେ ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ଏବଂ ଆହତମାନଙ୍କ ଆସୁ ଆରୋଗ୍ୟ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ୨୮୮ ଜଣ ମୃତ୍ୟୁବରଣ କରିଥିଲେ ଓ ୧୦୦୦ରୁ ଅଧିକ ଆହତ ହୋଇଥିଲେ ।

ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାଲେଶ୍ୱର ଜିଲ୍ଲାର ଜନସାଧାରଣ, ସ୍ୱେଛାସେବୀ ସଂଗଠନ, ଏନ୍‌ଡିଆର୍‌ଏଫ, ଓଡ୍ରାଫର ସମସ୍ତ ଯବାନ ଯେଉଁମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଇଥିଲେ ସମସ୍ତଙ୍କୁ ପ୍ରଶଂସା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ଟାଉନ ମହିଳା କଂଗ୍ରେସ ସଂଯୋଜକ ମୀରା ମଣ୍ଡଳ, ସାଇନା ବେଗମ୍, ବବିତା ସାହୁ, କଳ୍ପନା ନାୟକ, ଭିକାରି ସାହୁ, କୈଳାଶ ମିଶ୍ର, ଆକବର ଖାଁ, ରାଜେଶ ହୋତା, ଅଙ୍କିତ ସାହୁ, ରଜାକ ଖାଁ, ଜୟନାରାୟଣ ବହିଦାର, ଲୋପନ ମିଶ୍ର ଏବଂ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.