ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ସାଂସଦ ଧନଞ୍ଜୟ ମହାନ୍ତିଙ୍କ ୧୦୯ତମ ଜୟନ୍ତୀ ଅବସରରେ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ମହାନ୍ତି ଥିଲେ ସୁନ୍ଦରଗଡ ଜିଲ୍ଲା ରାଜନୀତିର ଭଗୀରଥ । ପ୍ରଜାମଣ୍ଡଳର ଅଗ୍ରଣୀ ଯୋଦ୍ଧା ତଥା ନିଷ୍ପେସିତ ଆଦିବାସୀମାନଙ୍କ ତ୍ରାଣକର୍ତ୍ତା ଭାବେ ସେ ଯେଉଁ କାମ କରିଛନ୍ତି ତାହା ତାଙ୍କୁ ସ୍ମରଣୀୟ କରିଛି ବୋଲି ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କହିଛନ୍ତି । ଧନୁବାବୁଙ୍କ ସହ ମିଶି କାର୍ଯ୍ୟ କରିବାର ସୌଭାଗ୍ୟକୁ ସେ ମନେପକାଇ କହିଲେ ଯେ, ସେ ଏକାଧାରରେ ଶ୍ରମିକ, କୃଷକ, ଆଇନଜୀବୀ, ଅଭିନୟ, କ୍ରୀଡା, ସଂଗଠକ ଓ ସର୍ବୋପରି ରାଜନୀତି କ୍ଷେତ୍ରରେ ଯେଉଁ ପରିଚୟ ସୃଷ୍ଟି କରିଥିଲେ ତାହା ଆଜି ବି ଅମଳିନ ରହିଛି । ତାଙ୍କ ସହ ବହୁ ବ୍ୟକ୍ତି ଧନୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ ।