ସମାଜ ପାଠକ ମଂଚ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମାଜ ପାଠକ ମଂଚ ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ଜଲାରାମ ଲଜରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଭିକାରୀ ଚରଣ ମିଶ୍ର ଅଧ୍ୟକ୍ଷତା କରିବା ପୂର୍ବକ ସଭା ପରିଚାଳନା କରିଥିଲେ । ପ୍ରଥମେ ଉପସ୍ଥିତ ସଦସ୍ୟ ଓ ଅତିଥିମାନଙ୍କ ଦ୍ୱାରା ଗୋପବନ୍ଧୁଙ୍କ ଫଟୋଚ୍ଚିତ୍ରରେ ମାଲ୍ୟାର୍ପଣ ଓ ଧୂପଦାନ କରାଯାଇଥିଲା । ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନର ବିଭିନ୍ନ ଅବତାରଣା ଦେବା ସହ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମାଜ ଦୈନିକ ଖବର କାଗଜର ସମୟୋଚିତ ପ୍ରକାଶନ ଓଡିଆ ଜନଜୀବନ ଓ ତତ୍କାଳୀନ ସାମାଜିକ, ସାଂସ୍କୃତିକ ତଥା ସାରସ୍ବତ ଜଗତକୁ ପରିପ୍ରକାଶ କରିବାରେ ଅଦ୍ବିତୀୟ ଭୂମିକା ଗ୍ରହଣ କରିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଠ ସଦସ୍ୟ ଅଭିନ କିଶୋର ରଥ, ବିଶ୍ବରାମ ଠାକୁର, ରାଜୀବ ଲୋଚନ ପାଢୀ, ସେବକ ଚରଣ ଦାଶ, ଯୁଗଳ କିଶୋର ଷଡଙ୍ଗୀ, ବନମାଳୀ ଦାଶ, ହରିଶ ରାଏଠଠା, ହିମାଂଶୁ ଶେଖର ଦାଶ, ନୀଳମଣି ସାହୁ, ଉପସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା, ବରିଷ୍ଠ ନାଗରିକ ସଂଘର ସଭାପତି ଡ. ଘନଶ୍ୟାମ ଜୈନ, ଉପସଭାପତି ବୈରିଗଂଜନ ମିଶ୍ର, ସାମ୍ବାଦିକ ଦିଲୀପ କୁମାର ପୁରୋହିତ ମଂଚାସୀନ ଥିବା ବେଳେ ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.