jayashree

ସମାଜସେବୀ ବାସୁଦେବ ପାତ୍ରଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାରର ବୟୋଜ୍ୟେଷ୍ଠ ସକ୍ରିୟ ସଦସ୍ୟ ବାସୁଦେବ ପାତ୍ରଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ସ୍ୱର୍ଗତ ପାତ୍ର ରାଉରକେଲା ଇସ୍ପାତ କାରଖାନାରୁ ଅବସର ପରେ ନିଜ ଘର ଛେଣ୍ଡ୍ କଲୋନୀ ଦ୍ୱିତୀୟ ଫେଜ୍ ସି୨ଏଲ୨/୯ରେ ପରିବାର ସହ ରହି ବିଭିନ୍ନ ସାମାଜିକ – ସାଂସ୍କୃତିକ ଅନୁଷ୍ଠାନ ଯଥା ଛେଣ୍ଡ୍ ସିଟିଜେନ୍ କମିଟି, ବରିଷ୍ଠ ନାଗରିକ ସଂଘ, ଗୋପବନ୍ଧୁ ପାଠାଗାର ପ୍ରଭୃତି ଅନୁଷ୍ଠାନ ସହ ସକ୍ରିୟ ଭାବେ ଜଡ଼ିତ ରହି ସମାଜ ସେବାରେ ବ୍ରତୀ ଥିଲେ । ବିଶେଷ ଭାବରେ ଗୋପବନ୍ଧୁ ପାଠାଗାରର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସହ ସେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଥିଲେ । ତାଙ୍କର ୩ ପୁତ୍ର ଏବଂ ୪ କନ୍ୟା ମଧ୍ୟରୁ ଜଣେ ପୁତ୍ର ଏବଂ ଜଣେ କନ୍ୟାଙ୍କର ଦେହାନ୍ତ ହୋଇଯାଇଛି । କିଛି ବର୍ଷ ପୂର୍ବେ ତାଙ୍କ ସହଧର୍ମିଣୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା । ବିଗତ ପ୍ରାୟ ୨ ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେକ୍ଟର- ୧୬ରେ ତାଙ୍କର ବିଧବା ପୁତ୍ର ବଧୂଙ୍କ ପାଖରେ ରହି ଆଇଜିଏଚ୍‌ରେ ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କର ସାମାଜିକ ପ୍ରତିବଦ୍ଧତା ପାଇଁ ଗୋପବନ୍ଧୁ ପାଠାଗାର, ଉତ୍କଳ ସ୍ନେହୀ ମହିଳା ସମିତି, ଇନର ହୁଇଲ କ୍ଲବ ଏବଂ ବରିଷ୍ଠ ନାଗରିକ ସଂଘ ପ୍ରଭୃତି ଅନୁଷ୍ଠାନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୋପବନ୍ଧୁ ପାଠାଗାରରେ ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାକ୍ତର ଗୋକୁଳାନନ୍ଦ ସାହୁ, ଞ୍ଜାନେନ୍ଦ୍ର କୁମାର ରାୟ, ଗଦାଧର ରଥ, ରବୀନ୍ଦ୍ର କୁମାର ସରାଫ, ସବିତା ସାହୁ, ସୁବାସ ଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ ସଦସ୍ୟ ସଦସ୍ୟା ମାନେ ତାଙ୍କର ସ୍ମୃତିଚାରଣ କରିଥିଲେ । ରାଉରକେଲାରେ ଅନୁପସ୍ଥିତ ଥିବା ଉପସଭାପତି ଗିରିଜା ଶଙ୍କର ଗୋସ୍ୱାମୀ ଆମେରିକାରୁ ଏବଂ କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ବାଙ୍ଗାଲୋରରୁ ମଧ୍ୟ ଆଭାସୀ ମାଧ୍ୟମରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଭାରେ ସୁରେନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ସାମଲ, ହରିହର ନାୟକ, ଜଗବନ୍ଧୁ ଜେନା, ଧ୍ରୁବ ଚରଣ ନାୟକ, ଦେବରାଜ ଗଉଡ଼, ଅଶୋକ କୁମାର ଶୁକ୍ଳ, ବିବେକାନନ୍ଦ ଜେନା, ରବୀନ୍ଦ୍ର ନାଥ ସାହୁ, ପ୍ରତାପ ଚନ୍ଦ୍ର ମହାନ୍ତି, ଅତୁଲ କୁମାର ମହାଖୁଡ, ଅଜୟ କୁମାର ମହାନ୍ତି, ଦିଲ୍ଲୀପ କୁମାର ପ୍ରଧାନ, ସାଧୁଚରଣ ନାୟକ, ରମାକାନ୍ତ ଷଡ଼ଙ୍ଗୀ, ପୁରୁଷୋତ୍ତମ ବେହେରା, ବିଜୟ ଚନ୍ଦ୍ର ଦାସ, ପ୍ରମୋଦ କୁମାର ପଟ୍ଟନାୟକ, ଗଗନ ବିହାରୀ ଜେନା, ସାଧୁ ଚରଣ ନାୟକ, ନଗେନ ସାମନ୍ତରାୟ, ଅଜୟ କୁମାର ନନ୍ଦ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.