
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ପଟୁଆପାଲି ଗ୍ରାମର ଶିକ୍ଷକ ସୁଶିଳ କୁମାର ଆଚାଯ୍ୟ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅକାଳ ମୃତ୍ୟୁ ଯୋଗୁଁ କ୍ଲଷ୍ଟର ସ୍ତରୀୟ ଶୋକସଭା ଅନୁଷ୍ଠିତ ହୋଇଛି । କୁଟାସିଂହା କ୍ଲଷ୍ଟର ସିଆରସିସି ନିରଞ୍ଜନ ପଧାନଙ୍କ ସଭାପତିତ୍ୱରେ ପଟୁଆପାଲି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଟୁଆପାଲି, ଗ୍ରା.ପଞ୍ଚାୟତର ସରପଂଚ ରବିଚନ୍ଦ୍ର ବସ୍ତିଆ, ହାଇସ୍କୁର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଧାନ, ଅବସର ପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କାଲସାଏ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବାଗଙ୍କ ସମେତ କୁଟାସିଂହା କ୍ଲଷ୍ଟର ଅନ୍ୟ ସମସ୍ତ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ । ସ୍ୱର୍ଗତ ଆଚାର୍ଯ୍ୟଙ୍କ ଆତ୍ମାର ସତ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଉପସ୍ଥିତ ଶିକ୍ଷକ ମାନେ ମୃତ୍ୟୁବରଣ କରିଥିବାର ଶିକ୍ଷକଙ୍କ ସୃୃତିଚାରଣ କରିଥିଲେ । ସରକାରଙ୍କ ତରଫରୁ ପରିବାର ବର୍ଗଙ୍କୁ ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇଦେବା ପାଇଁ ଦାବି କରାଯାଇଥିଲା । ଏସଂପର୍କରେ ରାଜ୍ୟପାଲଙ୍କ ଉଦ୍ଦେଶ୍ୟରେ ଆଗଲପୁର ଶିକ୍ଷାଅଧିକାରୀଙ୍କ ଜରୀଆରେ ଏକ ଦାବିପତ୍ର ପ୍ରଦାନ କରିବାକୁ ସ୍ଥିରିକୃତ ହୋଇଛି । ଏଠାରେ ସୁଚନା ଯୋଗ୍ୟ ଯେ, ଟିଟିଲାଗଡରେ ମୃତ୍ୟୁବରଣ କରିଥିବା ଶ୍ରୀଯୁକ୍ତ ଆଚାର୍ଯ୍ୟ ବକଟୀ ଗ୍ରାମର ବାସିନ୍ଦା ଅଟନ୍ତି । ପଟୁଆପାଲି ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟକରିଆସୁଥିବା ବେଳେ କି଼ିଛିବର୍ଷ ହେଲା ଲୋଇସିଂହାରେ ରହି ଆସୁଥିଲେ ।