ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ବାରା ପଞ୍ଚରଥ ମନ୍ଦିର ପ୍ରାଂଗଣରେ ବାଦଶାହ କବି ଦାମୋଦର ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ କବି ଦାମୋଦର ପଣ୍ଡାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଉକ୍ତ ସଭାରେ ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର, ଡକ୍ଟର ସୌରଭ ରଞ୍ଜନ ଖମାରୀ, ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ବାଳ, ବନମାଳି ପଣ୍ଡା, ଅଧ୍ୟାପକ ସୁବାସ ପଣ୍ଡା, ଗତିକୃଷ୍ଣ ମିଶ୍ର ଓ କବି ଅମ୍ବୁଜ ବିହାରୀ ଶତପଥି ଉପସ୍ଥିତ ରହି ତାଙ୍କର ସାହିତ୍ୟିକ ଜୀବନର ସ୍ମୃତିଚାରଣ କରିବା ସହିତ କବିଙ୍କର ବିଭିନ୍ନ କବିତା ଆବୃତି କରିଥିଲେ ।