oom

ଷୋହଳ ପ୍ରହରୀ ନାମଯଜ୍ଞ ସମାପନ

jsmm

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡବାଙ୍କୀ ଗାଁର ନାଏକପଡ଼ାରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ପୂର୍ଣ୍ଣାହୁତି ହୋଇଯାଇଛି । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ଘନଶ୍ୟାମ ମିଶ୍ର ପୂଜା ଦାୟିତ୍ୱ ତୁଳାଇଥିବା ବେଳେ ଯଜ୍ଞକର୍ତ୍ତା ଭାବେରେ ଗୌତମ ମାଝୀ ଓ ତାଙ୍କ ଧର୍ମପତ୍ନୀ ସୁବିଧା ମାଝୀ ପୂଜା କାର୍ଯ୍ୟ ତୁଳାଇଥିଲେ । ଭଣ୍ଡାର ଘର ଦାୟିତ୍ଵ ଜୟରାମ ମାଝୀ ଓ ଜଗତ ରାମ ମାଝୀ ନେଇ ଥିବାବେଳେ ସହଯୋଗୀ ଧନସିଂ ମାଝୀ, ଯୁଗେ ମାଝୀ, ଭୂଷଣ ବେହେରା, ମକରଧ୍ୱଜ ମାଝୀ, ଭଜ ମାଝୀ, ତପ ନିଆଲ, ବୁଢା ପୁଟେଲ, ରଘୁମାଝୀ, ତରଣୀସେନ ବେହେରା, ରିଖିରାମ ମାଝୀ, ଶାନ୍ତି ଧରୁଆ, ଗୋରେଖ ଧରୁଆ, ଥବିର ଧରୁଆ, ଅକୁର ମାଝୀ, ଖଗପତି ଧରୁଆ, କୈଳାସ ବରିହା, ରବି ମାଝୀ, ହରି ମାଝୀ, ପିଲାନାନୀ ମାଝୀ, କ୍ଷୀରସଗାର ବେହେରା ତଥା ଗ୍ରାମବାସୀଙ୍କ ନେତୃତ୍ୱରେ ଏହି ଯଜ୍ଞ କାର୍ଯ୍ୟ ସମାପନ ହୋଇଯାଇଛି । କୃଷ୍ଣ ଭକ୍ତି ଭାବାବେଗରେ ଭକ୍ତଙ୍କ ପବିତ୍ରମିଳନରେ ଭବ୍ୟ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା । ସମୁଦାୟ ୭ଟି ସଂକୀର୍ତ୍ତନ ଦଳ ଭାଗ ନେଇ ନାମ ସଂକୀର୍ତ୍ତନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମିନାବଜାରର ମଧ୍ୟ ଦର୍ଶକ ଭର୍‌ପୁର୍‌ ମଜା ନେଇଥିଲେ ।

jittmm
Leave A Reply

Your email address will not be published.