om academy

ବାରବନ୍ଧ ଗ୍ରାମରେ ଖୋଲା ବିଦ୍ୟୁତ୍ ଟ୍ରାନ୍ସଫର୍‌ମର୍‌ରେ ଲାଗି ଜଣେ ଚାଷୀଙ୍କ ବଳଦର ଶୋଚନୀୟ ମୃତ୍ୟୁ : କ୍ଷତିପୂରଣ ଦାବୀ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାରବନ୍ଧ ଗ୍ରାମରେ ଥିବା ଏକ ଖୋଲା ବିଦ୍ୟୁତ୍‌ ଟ୍ରାନ୍ସଫର୍‌ମର୍‌ରେ ଲାଗି ଜଣେ ଚାଷୀଙ୍କ ବଳଦର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ବଳଦଟି ଗ୍ରାମର ଚାଷୀ ଗଣନାଥ ପଧାନଙ୍କର ବୋଲି ଜଣାପଡିଛି । ବଳଦଟି ଚରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ଲାଗି ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା । ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ମୃତ ବଳଦକୁ ଉଦ୍ଧାର କରିଥିଲେ । ବର୍ତ୍ତମାନର ଚାଷବାସ ବେଳେ ଏକ ବଳଦର ଅକାଳ ମୃତ୍ୟୁ ଘଟିଥିବା ବେଳେ ଚାଷୀ ଗଣନାଥ ମୁଣ୍ଡରେ ହାତ ଦେଇଥିବା ବେଳେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏହା ସହିତ ଗ୍ରାମରେ ଥିବା ସମସ୍ତ ଖୋଲା ବିଦ୍ୟୁତ୍‌ ଟ୍ରାନ୍ସଫର୍‌ମର୍‌ରେ ସୁରକ୍ଷା ବାଡ ଦେବାକୁ ଗ୍ରାମବାସୀ ଦୃଢ଼ ଦାବୀ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ମହମ୍ମଦ ଯୁନୈଦଙ୍କୁ ପଚାରିବାରୁ ପ୍ରଥମେ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉଥିବା ବେଳେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସେଭଳି କୌଣସି କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ନାହିଁ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.