
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ରାଉରକେଲା ମହାନଗର ନିଗମ ଛକଠାରୁ ବାହାରି ଉଦିତ ନଗର ସ୍ଥିତ ଆମ୍ବେଦକର ଛକଠାରେ ପହଞ୍ଚି ସମ୍ବିଧାନ ବଞ୍ଚାଓ ନାରା ଦେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନେତୃବର୍ଗ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ରାହୁଲ ଗାନ୍ଧି ବାରମ୍ବାର ପ୍ରଶ୍ନ ଉଠାଇବା ସତ୍ବେ ଶାସନରେ ଥିବା ସରକାର ଏହାର ଉତ୍ତର ନଦେଇ ସମ୍ବିଧାନକୁ ହତ୍ୟା କରିବା ପରି କାର୍ଯ୍ୟ କରୁଛନ୍ତି । ଆମର ନେତା ଶ୍ରୀ ଗାନ୍ଧୀଙ୍କ ପଛରେ ଦେଶର ଜନସାଧାରଣ ଓ କଂଗ୍ରେସ ଦଳର କର୍ମୀ ଏକଜୁଟ ହୋଇ ଦେଶସାରା ଏକ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ମଶାଲ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସୂଚାଇ ଦିଆଯାଉଛି ବୋଲି ମତ ରଖିଥିଲେ । ଏହି ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଓ ଓଡ଼ଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ନିର୍ଦ୍ଦେଶରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ଏସି ସେଲ୍ ର ଅଧ୍ୟକ୍ଷ ମାନସ ମଲିକ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମି ପାଢ଼ୀ, ଗଣେଶ ପ୍ରଧାନ, ଜ୍ଞାନରଞ୍ଜନ ଦାସ, ସବିର ହୁସେନ, ବାଦଲ ଶ୍ରୀଚନ୍ଦନ, ଆଶିଷ ମହାନ୍ତି, ନଚିକେତା ମହାପାତ୍ର, ଡେଭିଡ ରାଓ, ଶିବୁ ସାହୁ, ପ୍ରବୋଧ ଦାସ, ମନୁ ସାମଲ, ପ୍ରଫୁଲ୍ଲ ପ୍ରଧାନ, ରମେଶ ଗୁପ୍ତା, ଧୁଷା ନାୟକ, ବିଶ୍ୱନାଥ ବାରିକ, ରଘୁ ଦାସ, ଖଦାଳ ସେଠି, ରଞ୍ଜିତା ମଲିକ, ବସନ୍ତ ସାମଲ, ବନମାଳୀ ବିଶୋଇ, ଦୀବାକର ଦୀପ, ସଂଗୀତା ଲାକ୍ରା, ରୁକସନା ବେଗମ୍, ଝରଣା ତ୍ରିପାଠୀ, ଧର୍ମା ନାୟକ, ପ୍ରତାପ ନାୟକ, କାହ୍ନୁ ବିଶୋଇ, ଏମଡି ହକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ ।