
ରାଉରକେଲା, (କେପିଏନ୍ଏସ୍) : ଜମ୍ମୁ କାଶ୍ମୀରର ପହଲଗାମରେ ବର୍ବର ଆତଙ୍କବାଦୀ ଆକ୍ରମଣରେ ନିରୀହ ପର୍ଯ୍ୟଟକମାନେ ପ୍ରାଣ ହରାଇଥିଲେ । ଏହି ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ଦ୍ଵାରା ପାକିସ୍ତାନର ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯାଇ ସମୁଲେ ନିପାତ କରାଯାଇଥିଲା । ଭାରିତୀୟ ସୈନ୍ୟମାନଙ୍କ ମନୋବଳ ବଢେଇବା ପାଇଁ ଦେଶବ୍ୟାପୀ ତିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ଏହି ପରିପେକ୍ଷୀରେ ରାଉଲକେଲାର ଅଗ୍ରଣୀ ସଂଗଠନ ଓଡ଼ିଶା ଯୁବ ଶକ୍ତି ସଂଘ ପକ୍ଷରୁ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ସ୍ଥାନୀୟ ବିରଶା ମୁଣ୍ଡା ଛକଠାରୁ ଆରମ୍ଭ ହୋଇ ପାନପୋଷ ଗାନ୍ଧୀ ଛକ ନିକଟରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାରେ ସହରର ୧୨ ଗୋଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ମାଁ ତାରିଣୀ ସେବା ସମିତି , ମିଶନ ସନ ଡେ, ଦୁର୍ଗାକାଳୀ ସମିତି , ହୋମ ଗାଡ ରାଉରକେଲା , ମା ଦୁର୍ଗା ଆଖଡା, ଟ୍ରାଫିକ ଗେଟ ପୂଜା କମିଟି , କ୍ଲିନ୍ ଗ୍ରୀନ ସଂଗଠନ, ପିଏଲ୍ଡବ୍ଲୁସି ଅନୁଷ୍ଠାନ, ମୋନୋକାମନା ହନୁମାନ, ସଂଗଠନ ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ପାନପୋଷ ଗାନ୍ଧୀଛକ ଠାରେ ଅବସର ପ୍ରାପ୍ତ ସୈନିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।