ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅବସରରେ ପଞ୍ଚସଖା ପୀଠରୁ ଶୁଭସ୍ତମ୍ଭ ଶୋଭାଯାତ୍ରା ଶୁଭାରମ୍ଭ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ମାଳିକା ବର୍ଣ୍ଣିତ ପୀଠ ସିଦ୍ଧ ତପୋ ସେବାବନ ସିଦ୍ଧ ଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସରେ ଏକ ବିରାଟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଯଜ୍ଞ ସାକାର ସହିତ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ଓ ପଞ୍ଚସଖା ଅଚ୍ୟୁତାନନ୍ଦ ପୀଠ ନେମାଳ ଗାଦିରୁ ଆଜ୍ଞାମାଳ ନେଇ ଆଜି ସକାଳ ସମୟରେ ନାମ, ସଂକୀର୍ତ୍ତନ ଓ ପୂଜାର୍ଚ୍ଚନା ପୁର୍ବକ ଶୁଭାରମ୍ଭ କରାଯାଇଥିଲା । ପୀଠର ପୂଜକ ବିଭୁତି ଭୂଷଣ ପୂଝାରୀ ପୂଜାର୍ଚ୍ଚନା କରିଥିଲେ । ଆଜି ପାଞ୍ଚଟି ଯାକ ପଞ୍ଚଶଖା ପୀଠ ପରିକ୍ରମା କଲାପରେ ସଂଧ୍ୟାରେ ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆସନ୍ତା କାଲି ସକାଳେ ଆଜ୍ଞା ମାଳ ନେଇ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଦଶପଲ୍ଲା ଦେଇ ଭୋଟ ଆସନ୍ତା ୧୧ ତାରିଖରେ ବୌଦ୍ଧ ଡମ୍ବରୁଗଡ଼ ମଠରେ ପଂହଚିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମାର୍ଗଦର୍ଶକ ତଥା ସିଦ୍ଧ ଗୁରୁ ମଠର ମହନ୍ତ ସର୍ବେଶ୍ୱର ଦାସ, ଯଜ୍ଞର ଉଦ୍ୟକ୍ତା ତଥା ରାଧାମାଧବ ସେବା ଶ୍ରମର ମୁଖ୍ୟ ଶ୍ରୀମାନ ବ୍ରହ୍ମଚାରି ଆଦିତ୍ୟ ଦାସ, ଯଜ୍ଞ କମିଟି ସଭାପତି ଗୌରୀ ପ୍ରସାଦ ସାହୁ, ଉପସଭାପତି ବାବା ଖଗେଶ୍ୱର ବାନପ୍ରସ୍ତି, ସମ୍ପାଦକ କୃତ୍ତିବାସ ପଲିଆ, ସହ ସମ୍ପାଦକ ଆକାଶ ଜେନା, ସ୍ମରଣିକା କମିଟି ସମ୍ପାଦକ ଦେବାଶିଷ ପୁରୋହିତ, ଅର୍ଥ କମିଟି ସଦସ୍ୟ ମୟସେନ ରଣା, ଶିବ କର୍ମୀ, କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ବେହେରା, କୃଷ୍ଣ ମୋହନ ସାହୁ, ଶଶାଙ୍କ ପ୍ରଧାନ, ସୁରେଶ ବସ୍ତିଆ, ବେଣୁଧର ରଣା, ଧୃତ୍ତରାଷ୍ଟ୍ର ମହାକୁଡ଼, ଅଙ୍ଗିରା ପ୍ରଧାନ ସମେତ ପ୍ରାୟ ୪୦ ଜଣ ସକ୍ରିୟ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.