ସିଆଇଟିୟୁର ସର୍ବଭାରତୀୟ ଦାବି ଦିବସରେ ବିଶାଳ ଶ୍ରମିକ ଶୋଭାଯାତ୍ରା ଓ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସି. ଆଇ. ଟି. ୟୁ. କେନ୍ଦ୍ର କମିଟି ଆହ୍ୱାନରେ ଆଜି ଦେଶ ତମାମ ଶ୍ରମିକ, କୃଷକ ଓ ସାଧାରଣ ମେହନତି ମଣିଷର ୧୯ ଦଫା ଦାବିକୁ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଲକ୍ ସ୍ତରରେ ବିଡିଓଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରି ଦାବି ଉପସ୍ଥାପନ କରିବାକୁ ଡାକରା ଦେଇଥିବା ବେଳେ ସି. ଆଇ. ଟି. ୟୁ. ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ଓ କୋଇଡାରେ ଏହି କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି । ଅପରାହ୍ନରେ ସି. ଆଇ. ଟି. ୟୁ. ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ମହାନଗର ନିଗମ ଅଫିସ ସମ୍ମୁଖରୁ ଏକ ଶ୍ରମିକ ଶୋଭାଯାତ୍ରା ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୧୯ ଦଫା ଦାବି ଯଥା ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ଦାମ ନିୟନ୍ତ୍ରଣ କରିବା, ବନ୍ଦ ଥିବା କଳକାରଖାନା, ଖଣି ଖାଦାନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକୁ ତୁରନ୍ତ ଖୋଲିବା, ଶ୍ରମିକ ବିରୋଧୀ ଶ୍ରମକୋର୍ଡ ପ୍ରତ୍ୟାହାର କରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର କରିବା, ଆଶା, ଅଙ୍ଗନୱାଡ଼ିଙ୍କ ସମେତ ସମସ୍ତ ସ୍କିମ୍ ଶ୍ରମିକ ଓ ଅସଂଗଠିତ ଶ୍ରମିକ ମାନଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, ନୂତନ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରିବା ସହିତ ବଣ୍ଟନ ବନ୍ଦଥିବା ସହାୟତା ତୁରନ୍ତ ପ୍ରଦାନ କରିବା, ହିଟ୍ ଏଣ୍ଡ ରନ୍ ଭଳି ପରିବହନ ଶ୍ରମିକ ବିରୋଧୀ କଳା ଆଇନ୍ ବାତିଲ କରିବା, ଇଏସ୍‌ଆଇ ଡିସ୍‌ପେନ୍‌ସାରୀ, ମଡେଲ୍‌ ହସ୍ପିଟାଲ୍‌ରେ ଡାକ୍ତର, ପାରା ମେଡିକାଲ୍‌ କର୍ମଚାରୀ ନିଯୁକ୍ତି କରିବା ସହିତ ବୀମାଭୁକ୍ତ ଶ୍ରମିକ ମାନଙ୍କୁ ପୂର୍ବପରି ଉତ୍ତମ ଚିକିତ୍ସା ପାଇଁ ରେଫରାଲ୍‌ର ବ୍ୟବସ୍ଥା କରିବା, ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲର ପରିଚାଳନା ଏମ୍ସକୁ ହସ୍ତାନ୍ତର କର ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ପାଳନ କରି ଏହାକୁ ମେଡିକାଲ୍‌ କଲେଜରେ ପରିଣତ କରିବା, କଳକାରଖାନା ଓ ଖଣି ଖାଦାନରେ ସ୍ଥାନୀୟ କଣ୍ଟ୍ରାକ୍ଟର ଓ ବେକାର ଯୁବକ, ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ ପ୍ରଦାନ କରିବା ପ୍ରଭୃତି ଦାବିରେ ଏହି କାର୍ଯ୍ୟକ୍ରମ ସଂଗଠିତ ହୋଇଥିବା ବେଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ସି. ଆଇ. ଟି. ୟୁ. ରାଜ୍ୟ ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ଜିଲ୍ଲା ସଂପାଦକ ରାଜକିଶୋର ପ୍ରଧାନ, ବି. ପି. ମହାପାତ୍ର, ଅଭୟ, ସସ୍ମିତା ଖେସ, ବି. ପି. ମହାପାତ୍ର, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଅରୁ ଦାସ, ଅଜୟ ଶର୍ମା, ବିନୟ ବେହୁରିଆ, ବିଶ୍ଵଜିତ ମାଝୀ, ସମ୍ୱିତ ସ୍ୱାଇଁ, ଏନ୍. ଏନ୍ ପାଣିଗ୍ରାହୀ, ଶାନ୍ତି ଖାଲକୋ, କିରଣ ମିଞ୍ଜ, ରାଧା ସାହୁ, ସରିତା ଏକ୍କା, ସୁଧାଂଶୁ ବେହେରା, ସିଡିଓ ମୁଣ୍ଡା, ପ୍ରଦୀପ ସେଠୀ, ଶୁଭେନ୍ଦୁ ମହାନ୍ତି, ଯଶୋବନ୍ତ ବେହେରା, ମାଧବୀ ବରୁଆ, ବିରସି ତିର୍କି, ବଛିରାମ ବେହେରା, ଚନ୍ଦ୍ରଭାନୁ ଦାସ, ଶତୃଘ୍ନ ବେହେରା, ସାଗର ଛୋଟରାୟ, ସୁକୁରମଣି ମହାଲି, ସରିତା ତନ୍ତୀ, ଜୟନ୍ତୀ ମୋହିନୀ ପ୍ରମୁଖ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.