ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜମ୍ମୁ-କଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି । ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଖପ୍ରାଖୋଲବାସୀ । ଏନେଇ ଶହୀଦଙ୍କ ସ୍ମୃତିରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ, ଖପ୍ରାଖୋଲ ପୋଲିସ, ତହସିଲ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ଗଣମାଧ୍ୟମ ଏବଂ ଗ୍ରାମବାସୀଙ୍କ ତରଫରୁ ଶହୀଦଙ୍କ ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆତଙ୍କବାଦୀଙ୍କ ଏଭଳି ବର୍ବରକାଣ୍ଡକୁ ଦୃଢ ନିନ୍ଦା କରିବା ସହ ସେମାନଙ୍କୁ ଉଚିତ ଜବାବ ମିଳିବା କଥା ବୋଲି କୁହାଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ଥାନା ଛକ ପର୍ଯ୍ୟନ୍ତ ପରିକ୍ରମା କରାଯାଇଛି । ଏଥିରେ ଖପ୍ରାଖୋଲର ଅନେକ ଲୋକ ସାମିଲ ହୋଇଥିଲେ । ଏଭଳି କାଣ୍ଡ ପାଇଁ ପାକିସ୍ତାନକୁ ଦୃଢ ଜବାବ ଦିଆଯାଉ ଓ ଆତଙ୍କବାଦୀ ସଂଗଠନକୁ ପୃଥିବୀରୁ ସଂପୂର୍ଣ୍ଣ ଭାବେ ନିପାତ କରାଯାଉ ବୋଲି ମଧ୍ୟ ସେମାନେ କହିଥିଲେ ।

Next Post