centurian jitm

ପହଲଗାମରେ ଆତଙ୍କବାଦ ଆକ୍ରମଣରେ ହିନ୍ଦୁଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ଟିଟିଲାଗଡ଼ ହିନ୍ଦୁ ଏକତା ମଞ୍ଚ ତରଫରୁ ବିଶାଳ ଶୋଭାଯାତ୍ରା

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୨ ତାରିଖ ଦିନ ୨୬ ଜଣ ହିନ୍ଦୁ ଭାଇଙ୍କୁ ଜମ୍ମୁ ଓ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀମାନେ ଧର୍ମ ପଚାରି ଗୁଳି କରି ହତ୍ୟା କରିଥିଲେ । ଯାହାକି ସାରା ଦେଶ ଏହି ଘଟଣାକୁ ଗ୍ରହଣ କରିପାରୁ ନାହାଁନ୍ତି । ସାଧାରଣ ଜନତା କାଶ୍ମୀର ବୁଲି ଯାଇଥିବା ବେଳେ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଆତଙ୍କବାଦୀ ତଥା ଆତଙ୍କବାଦ ବିସ୍ତାର କରୁଥିବା ଲୋକଙ୍କୁ ଦୁନିଆରୁ ହଟାଇ ଦେବାକୁ ତଥା ପୋଛି ସଫା କରିବାକୁ ଦେଶବ୍ୟାପି ଉତ୍ତେଜନା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ହିନ୍ଦୁ ସଭା ତରଫରୁ ସାରା ସହରର ସମସ୍ତ ଅନୁଷ୍ଠାନ, କ୍ଲବ, ସଂଘ ସଦସ୍ୟଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ମଧ୍ୟ ଏଥିରେ ସାମିଲ ହୋଇ ଆତଙ୍କବାଦକୁ ଉଚିତ୍ ଜବାବ ଦିଆଯିବ ତଥା ପାକିସ୍ତାନର ନକ୍ସା ମିଟାଇ ଦିଆଯିବ ବୋଲି କହିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁସଲମାନ ଆତଙ୍କବାଦୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ଶୋଭାଯାତ୍ରାରେ ବିଶ୍ଵ ହିନ୍ଦୁ ପରିଷଦ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ଼ ବାରିକ ସମାଜ, ମାରୱାଡ଼ି ମହିଳା ମଣ୍ଡଳର ସଦସ୍ୟ, ବୀର ହନୁମାନ କ୍ଲବର ସଦସ୍ୟ, କରଣ ସମାଜ, ବ୍ରାହ୍ମଣ ସମାଜ, ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜ, ଟିଟିଲାଗଡ଼ ସୁଣ୍‌ଣ୍ଡି ସମାଜ, ଓକିଲ ସଂଘ, ନାରୀ ଶକ୍ତି ତଥା ସହରର ଅନ୍ୟାନ୍ୟ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନେ ସାମିଲ ହୋଇ ପାକିସ୍ତାନ ମୁର୍ଦାବାଦ, ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ବ୍ୟକ୍ତି ଭାରତ ଛାଡ଼ି ପାକିସ୍ଥାନ ନହେଲେ ବାଙ୍ଗଳାଦେଶ ଚାଲି ଯାଅ ବୋଲି କହିଥିଲେ ।

Leave A Reply

Your email address will not be published.