oom

ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

jsmm

ରାଉରକେଲା, (କେପିଏନ୍‌ଏସ୍‌) : ଗତ ୨୨ ତାରିଖ ଜାମ୍ମୁ ଓ କାଶ୍ମୀର ପହଲଗାମ ଠାରେ ଆନ୍ତଙ୍କବାଦୀ ଘଟାଇଥିବା ବର୍ବର ହତ୍ୟାକାଣ୍ଡରେ ଦେଶରେ ବିଭିନ୍ନ ରାଜ୍ୟରୁ ଯାଇଥିବା ପର୍ଯ୍ୟଟକମାନଙ୍କୁ ଆଖି ବୁଜା ଗୁଳି ଚଳାଇବାରୁ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହି ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀମାନେ ରାଉରକେଲା ମହାନଗର ନିଗମ ଛକ ଠାରୁ ଉଦିତନଗର ସ୍ଥିତ ଆମ୍ବେଦକର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ପ୍ରାଣ ହରାଇଥିବ ପର୍ଯ୍ୟଟକମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାବର୍ଗକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ସାମ୍ବାଦିକମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଶୋଭାଯାତ୍ରାରେ ଦେବ ବିହାରୀ, ଜ୍ଞାନେନ୍ଦ୍ର ଦାସ, ରଶ୍ମି ପାଢ଼ୀ, ବଦଲ ଶ୍ରୀଚନ୍ଦନ, ଆଶିଷ ମହାନ୍ତି, ଖଦାଳ ସେଠୀ, ମନୁ ସାମଲ, ପ୍ରଫୁଲ୍ଲ ପ୍ରଧାନ, ରଘୁ ଦାସ, ସୁମିତ କଂସାରି, ଧୁସା ନାୟକ, ଦିବାକର ଦୀପ ବିଶ୍ଵନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.