ବଲାଙ୍ଗିର, (କେପିଏନ୍ଏସ୍) : ଶ୍ରୀ ଗୋପେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଲୋକାଚାର ବିବାହ ଉତ୍ସବ ବସନ୍ତ ବିଳାସ ସାହିତ୍ୟ ସମିତି ଆନୁକୁଲ୍ୟରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ସୀମିତ ସଦସ୍ୟ ଓ ଦେବଦେବୀଙ୍କ ଲୋକାଚାର କର୍ତ୍ତା (ପିତା ମାତା)ଙ୍କୁ ନେଇ ପାରମ୍ପାରିକ ନୀତି କାନ୍ତି ସହ ଅନୁଷ୍ଠିତ ହୋଇଯାଇଛି ଦେବ ଦମ୍ପତ୍ତିଙ୍କ ବାହାଘର ।
ଚଳିତ ବର୍ଷ ବାବା ଗୋପଶ୍ୱରଙ୍କ କର୍ତ୍ତା ଭାବେ ଶ୍ରୀମତୀ ଚନ୍ଦ୍ରପ୍ରିୟା ଦାଶ ଓ ଶ୍ୟାମ ସୁନ୍ଦର ଦାଶ ଏବଂ ମାତା ପାର୍ବତୀଙ୍କ କର୍ତ୍ତା ଭାବେ ଶ୍ରୀମତୀ ସାଧନା ଦାସ ଓ ଅଶୋକ ଦାସ ଦାୟିତ୍ତ୍ୱ ଗ୍ରହଣ କରିଥିଲେ । ପଣ୍ଡିତ ଗୋକୁଳାନନ୍ଦ ମିଶ୍ରଙ୍କ ତତ୍ତ୍ଵାବଧାନାରେ ପଣ୍ଡିତ ନବୀନ ମିଶ୍ର ଦେବ ଦମ୍ପତିଙ୍କ ଲୋକାଚାର ବିବାହ କାର୍ୟ୍ୟକ୍ରମ ସମ୍ପନ୍ନ କରିବା ସହ ବିଶ୍ଵକୁ ଏହି ମହାମାରୀ କରୋନାରୁ ମୁକ୍ତ କରିବା ପାଇଁଁ ଆଶିଷ ଭିକ୍ଷା କରିଥିଲେ । ଏହି କାର୍ୟ୍ୟକ୍ରମରେ ନବୀନ କୁମାର ପଶାୟତ, ଶ୍ୟାମପ୍ରସାଦ ଗୁରୁ, ପ୍ରତାପ ଚନ୍ଦ୍ର ପାତ୍ର, ସୁଦାମ ସାହୁ ଓ ବସନ୍ତ ବିଳାସ ସାହିତ୍ୟ ସମିତିର ସଦସ୍ୟମାନେ ସହଯୋଗ କରିଥିଲେ ।