oom

ସାଲେଭଟା ସରସ୍ୱତୀ ଶିଶୁ ମନ୍ଦିର ରୋପ୍ୟ ଜୟନ୍ତୀ ବୈଠକ

jsmm

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଳକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୋପ୍ୟ ଜୟନ୍ତୀ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୁରାତନ ଛାତ୍ର ସାଂସଦ କର୍ମକର୍ତା ଗଠନ କରାଯାଇଛି । ଏଥିନେଇ ଶିଶୁ ବିଦ୍ୟାମନ୍ଦିରର ସଭାଗୃହରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର ସଭାପତିତ୍ୱ କରିଥିଲେ । ଏଥିରେ ରାଷ୍ଟ୍ରିୟ ସ୍ୱୟଂସହାୟକ ସଂଘ ଦକ୍ଷିଣ ପଶ୍ଚିମ ସଂଭାଗ ପୁର୍ବ ଛାତ୍ର ପ୍ରମୁଖ ରାଜକୁମାର ପଧାନ, ସଂପାଦକ ତଥା ବଜରଙ୍ଗ ଦଳ ପ୍ରମୁଖ ସୈାମ୍ୟରଞ୍ଜନ ମିଶ୍ର , ଜିଲ୍ଲା ସହକାରୀ ଆବାହକ ଯୋଗେନ୍ଦ୍ର ଦାସ, ଶିଶୁ ମନ୍ଦିର ସଭାପତି ସନ୍ଦିପ କୁମାର ପଣ୍ଡା, ସଂପାଦକ ସୂଦର୍ଶନ ସାହୁ, ସହସଂପାଦକ ଅଭିରାମ ପରାଭୁଏ, କୋଷାଧ୍ୟକ୍ଷ ଅରବିନ୍ଦ ସତପଥି, ସାମ୍ବାଦକ ବିରାଜ ନନ୍ଦ ପାଢ଼ୀ, ହେମନ୍ତ ମେହେର, ସନ୍ତୋଷ କୁମାର ସା, ଗଙ୍ଗାଧର ନାଏକ, ମନୋବୋଧ ସାହୁ, ସୀତାରାମ ଗଡତ୍ୟା, ଅରୁଣକୁମାର ନାଏକ, ଟେକାନନ୍ଦ ଦ୍ୱାରୀ ପ୍ରମୁଖ ଯୋଗଦାନ କରି ଥିଲେ । ଏଥିରେ ଆସନ୍ତା ୨୦୨୪ ମସିହାରେ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୋପ୍ୟ ଜୟନ୍ତୀ ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ଜୟନ୍ତୀ ସାଂସଦ କମିଟୀ ନୁତନ କର୍ମକର୍ତା ଗଠନ କରାଯାଇଛି । ଏଥିରେ ସଭାପତି ଭାବରେ ସୁଜିତ ମିଶ୍ର, ଉପ ସଭାପତି ଶ୍ରୀନିବାସ ମେହେର,ସଂପାଦକ ତେଜଷ୍ମାନ ସୁନା, ସହ ସଂପାଦକ କିଶନ କୁମାର ସାହୁ, ନିଖିଳ କୁମାର ଅଗ୍ରୱାଲ, ଶ୍ୟାମ ସୁନନ୍ଦର ଦିଶ୍ରୀ, ନିତିଶ କୁମାର ପଟେଲ, ଶିବାନନ୍ଦ ପଟେଲ, ସ୍ୱରୁପ କୁମାର ମିଶ୍ର, ମାନବ ବିଶ୍ୱାଲ, ଆଦ୍ୟାସା ପଣ୍ଡା, ପ୍ରତ୍ୟାସା ତ୍ରିପାଠୀ, ରେଶମାମୟୀ ବ୍ରହ୍ମା, ପ୍ରିତୀପନ୍ନା ପଟେଲ, ନିକିତା ପଟେଲ, ଅପର୍ଣ୍ଣା ପଟେଲ, ଓ ଦୀପ୍ତିରାଣୀ ପଟେଲ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଆଗାମିଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା ହୋଇଥିଲା । ଏହାକୁ ସୈାମ୍ୟରଞ୍ଜନ ମିଶ୍ର ସଂଯୋଜନା କରିଥିଲେ । ଶେଷରେ ବିଦ୍ୟାଳୟର ସଭାପତି ସନ୍ଦିପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.