ରେଲୱେ ବ୍ରିଜ୍ ତଳୁ ବର୍ଷେ କିମ୍ବା ଦେଢ଼ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ବର୍ଷେ କିମ୍ବା ଦେଢ଼ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିଶୁ କନ୍ୟାଙ୍କୁ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଛି ବୋଲି ସନ୍ଦେହ କରାଯାଉଛି । ଶିଶୁକନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ଶିଶୁକନ୍ୟାଟିର ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.