jayashree

ନବଜନ୍ମିତ ଶିଶୁବିକ୍ରି ଘଟଣା : ରାଏପୁରରେ ଚିକିତ୍ସାଧିନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭଟା ଗାଁର ନବଜନ୍ମିତ ଶିଶୁବିକ୍ରି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ବିଭିନ୍ନ ସ୍ତରରେ ଏବେ ତନାଘନା ତଦନ୍ତ ଚାଲିଥିବା ଜଣାପଡ଼ିଛି । ପଡୋଶୀ ରାଜ୍ୟ ଛତିଶଗଡ଼ ରାଏପୁରର ଏକ ଘରୋଇ ହସ୍ପିଟାଲରେ ଶିଶୁକୁ ଚିକିତ୍ସା କରାଯାଉଥିବା ଏକ ସୂତ୍ରରୁ ସୂଚନା ମିଳୁଛି । ନବଜନ୍ମିତ କନ୍ୟାଶିଶୁକୁ କିଏ ନେଲା, କେମିତି ନେଲା, କାହିଁକି ନେଲା, ରାଏପୁରରେ କେମିତି ପହଂଚିଲା ନବଜନ୍ମିତ କନ୍ୟାଶିଶୁ ତାହା ଏବେ ବି ସଂଦେହ ଘେରରେ ରହିଛି । ପୋଲିସ ଘଟଣାର ପର୍ଦ୍ଦାଫାଶ କରିବ ନା ଘଟଣା ଚାପି ହୋଇ ରହିଯିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.