ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ : ଶିମିଳିପାଳରେ ସର୍ବନିମ୍ନ ୪ ଡିଗ୍ରୀ

ବାରିପଦା : ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି । ଏପରିକି ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା ବେଳେ ଜୈବ ମଣ୍ଡଳ ଶିମିଳିପାଳରେ ପାରଦ ସର୍ବନିମ୍ନ ୪ ଡିଗ୍ରୀ ସେଲ୍‌ସିୟସ ରହିଛି । ସନ୍ଧ୍ୟା ହେଲେ ଗାଁଗଣ୍ଡା ଗୁଡ଼ିକ ଶୂନଶାନ ହୋଇଯାଉଛି । ନିଆଁ ଜାଳି ଲୋକେ ଶୀତକଷ୍ଟକୁ ଦୂର କରିବାରେ ଲାଗିଛନ୍ତି । ରାତି ୮ଟା ପରେ ସହର ଶୂନଶାନ ହୋଇଯାଉଛି । ରବିବାରଠାରୁ ଉତ୍ତର ଓଡ଼ିଶାରେ ପ୍ରବଳ ଶୀତ ଜାରିରହିଛି ।

Leave A Reply

Your email address will not be published.