oum

ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତ ଓ ସଚେତନ ଶିବିର ଅନୁଷ୍ଠିତ

jsm

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରିଷ୍ଠ ସାମ୍ବାଦିକ ତପନ ଦାଶ ଯୋଗ ଦେଇ ନୂତନ ଅପରାଧିକ ଆଇନ ଦେଶର ନାଗରିକଙ୍କୁ ପ୍ରାଥମିକତା ଦେଇ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବା ବୋଲି ମତବ୍ୟକ୍ତ କରିଥିଲେ । ସଭାରେ ଉପ-କାରାଗାର ଅଧିକ୍ଷକ ବଳରାମ ବିଶି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ କାରରକ୍ଷୀ, ମନୋଜ କୁମାର ଦାସ, କାରରକ୍ଷୀ ଦୟାନିଧି ଜାନୀ ଓ ସାମ୍ବାଦିକ ଓମ ଅଗ୍ରୱାଲ ଯୋଗ ଦେଇଥିଲେ । ଜେଲ ପରିସର ମଧ୍ୟରେ ଥିବା ଜେଲ ଅନ୍ତେବାସୀ ମଧ୍ୟ ନୂତନ ଅପରାଧିକ ଆଇନ ସମ୍ପର୍କରେ ଅବଗତ ହେବାରେ ସୁଯୋଗ ମିଳିଥିବା ବେଳେ ଆଇନ ବିଷୟରେ ସଚେତନ ହେଲେ ଅପରାଧ ନିୟନ୍ତ୍ରଣ ହେବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.