jayashree

ମନଭଙ୍ଗ ଗ୍ରାମରେ ପୋଲିସର ଜନ ସଂପର୍କ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମନଭଙ୍ଗ ଡେମ ଠାରେ ପାଇକମାଲ ପୋଲିସ ପକ୍ଷରୁ ଏକ ଜନ ସଂପର୍କ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନଭଙ୍ଗ, କୁଡ଼ାରିଫସା, ପିପଲଖୁଟା, ଲଉଡମାଲ ଓ ମିଠାପାଲି ଗ୍ରାମର ଛାତ୍ରଛାତ୍ରୀ, ବୁଢାବୁଢ଼ୀ, ଯୁବକଯୁବତୀ, ଖେଳପ୍ରେମୀମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇପିଏସ୍‌ ଅମ୍ରିତପାଲ କୌର ଯୋଗ ଦେଇ ଜନସାଧାରଣଙ୍କୁ ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ, ପୋଲିସ କିଭଳି ସବୁ ସମୟରେ ଆପଣ ମାନଙ୍କ ସେବା ପାଇଁ କାର୍ଯ୍ୟ କରୁଛି ଏନେଇ ବୁଝାଇବା ସହ ଉପସ୍ଥିତ ଥିବା ସମସ୍ତଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ଯୋଗଦେଇ ବିପଦଗାମୀ ଯୁବ ସମାଜ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ସମାଜର ଗଠନରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଏସ୍‌ଆଇ ପଞ୍ଚାନନ ଖୁଆସ ସମସ୍ତଙ୍କ ଖାଇବା ଦାୟିତ୍ୱରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଆଇ ବିନା ତିର୍କି, ଏଏସ୍‌ଆଇ ବିଜୟ କନ୍ଧେର, ଏଏସ୍‌ଆଇ ବୃନ୍ଦାବତୀ ଭୋଇ, ହାବିଲଦାର ସୁଶାନ୍ତ ସାହୁ, କନେଷ୍ଟବଳ ଗୟାପ୍ରସାଦ ଶବର, ଅନାଦି ସାହୁ ଓ ସଂକଳ୍ପ ସାହୁ ପ୍ରମୁଖଙ୍କ ସହ ଅନେକ ପୋଲିସ ଅଧିକାରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.