oom

ଲାୟନ୍ସ କ୍ଲବ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ ନୂଆଁ ସରସରା ସ୍ଥିତ ମିଳିତ ଗ୍ରାମ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାକ୍ତର ଶୁଶିଲ କୁମାର କର – ଚକ୍ଷୁ, ଡାକ୍ତର ସ୍ୱାଧିନ ଶର୍ମା – ଆୟୁର୍ବେଦ, ଡାକ୍ତର ବ୍ରଜକୃଷ୍ଣ ମିଶ୍ର -ଶିଶୁ, ଡାକ୍ତର ପ୍ରବୀଣ ଅଗ୍ରୱାଲ – ସର୍ଜରୀ, ଡାକ୍ତର ଅଗସ୍ତି ଭୋଇ – ଔଷଧ, ଡାକ୍ତର ଅର୍ଚ୍ଚନା ଅଗ୍ରୱାଲ – ଦାନ୍ତ, ଡାକ୍ତର ଦିଲ୍ଲୀପ ଭୋଇ -ଜେନେରାଲ ଫିଜିସିଏନ୍‌, ଡାକ୍ତର, ଡାକ୍ତର ରାଜେଶ ସାଇ ପଟେଲ – କ୍ୟାନ୍ସର, ଡାକ୍ତର ହିତେଶ ମେହେର – ଜେନେରାଲ ଫିଜିସିଏନ୍‌, ଡାକ୍ତର ଅଶ୍ୱିନୀ ଭୋଇ -ଅର୍ଥୋପେଡିକ ଆଦି ଯୋଗଦେଇ ପ୍ରାୟ ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଚିକିତ୍ସା ପରାମର୍ଶ ଦେଇ ଆବଶ୍ୟକ ଔଷଧ ବଣ୍ଟନ କରିଥିଲେ । ଏହା ପୂର୍ବରୁ ଉକ୍ତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ କୃଷ୍ଣ ମିଶ୍ର ତଥା ଲାୟନ୍ସ କ୍ଲବର ସଭାପତି ସୁବାସ ଅଗ୍ରୱାଲ, ସଂପାଦକ ଅଭୟ କୁମାର ଭୋଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଲାୟନ୍ସ ହସ୍ପିଟାଲ ପକ୍ଷରୁ ୮୫ ଜଣଙ୍କ ଚକ୍ଷୁ ଚିକିତ୍ସା କରାଯାଇ ୧୫ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା ଓ ଅନ୍ୟ ମାନଙ୍କୁ ମାଗଣାରେ ଚଷମା ଓ ଔଷଧ ବଣ୍ଟନ କରାଯାଇଥିଲା । ସାଇ ମଲଟି ସ୍ୱେସାଲିଟ ହସ୍ପିଟାଲ, ରାଜ ପାଥୋ କ୍ଲିନିକ୍, ମେଡିଲାଇଟ ପକ୍ଷରୁ ମାଗଣାରେ ଔଷଧ ଓ ରକ୍ତ ପରୀକ୍ଷା କରାଯାଇଥିଲା । ମହା ବିଦ୍ୟାଳୟର ରେଡ୍‌କ୍ରସ୍‌ ସ୍ଵେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇ ସହଯୋଗ କରିଥିଲେ । ଅନ୍ୟ ଲାୟନ୍ସ ସଦସ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଏନ୍,ପି, ସିଂହଲ, ଜଗଦୀଶ ଅଗ୍ରୱାଲ, ନବୀନ ଲାଠ, ମନୋଜ ମହାପାତ୍ର, ଜୟା ବେହେରା, ସଂଜୁଲତା ଭୋଇ, ପ୍ରାଞ୍ଜଳ ଧାନୁକା, ପଙ୍କଜ ଦାଶ, ଅମରଜିତ ସିଂ, ପ୍ରଦୀପ ତାୟଲ, ପ୍ରବୀଣ ଜୈନ, ସୁନୀଲ ଅଗ୍ରୱାଲ, ଆନନ୍ଦ ବିରମିୱ।ଲ , ବିନୋଦ ଜିନ୍ଦଲ, ରାଜକିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ବିନୋଦ ଜିନ୍ଦଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.