oom

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨୭ ତାରିଖ, ରବିବାର ଦିନ ସେକ୍ଟର -୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହବିଷ ବ୍ରତ ପାଳନ କରୁଥିବା ବୟସ୍କା ମହିଳା ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥରେ ମହିଳା ସମିତିର ପରାମର୍ଶଦାତା ଡାକ୍ତର ଗୋକୁଳାନନ୍ଦ ସାହୁ, ଡାକ୍ତର ଶଶୀଭୂଷଣ ନେପାକ ଏବଂ ଡାକ୍ତର ମହେଶ ପ୍ରସାଦ ବେହେରା ହବିଷିଆଳି ମାନଙ୍କ ସହ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେବା ସହ ମାଗଣା ଔଷଧ ବିତରଣ କରିଥିଲେ । ଟେକ୍ନିସିଆନ ଆଇଲିନ ଟିଗ୍ଗା, ନିରଞ୍ଜନ ଜେନା ଏବଂ ସାହିଲ ସ୍ୱାସ୍ଥ୍ୟ ପରୀକ୍ଷଣ କରିଥିବା ବେଳେ, ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁପ୍ରିୟା ମହାନ୍ତି, ଇନ୍ଦିରା ମହାନ୍ତି, ଜ୍ୟୋତି ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଗୀତା ସେନାପତି, ମଞ୍ଜୁବାଳା ମହାପାତ୍ର, ନନ୍ଦିତା ପାତ୍ର, ରସ୍ମିତା ସାହୁ ଏବଂ ସୁଜାତା ପଟ୍ଟନାୟକ ପ୍ରମୁଖ ସଦସ୍ୟା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.