ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : ରବିବାର ଦିନ ନିଷ୍ଠା ପରିବାର ତରଫରୁ ବିରିମାଲ ଛକ, ବରଗଡ ଠାରେ ର‌କ୍ତ ସଂଗ୍ରହ ଭ୍ୟାନ୍‌ ଦ୍ବାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୧ ୟୁନିଟ ସଂଗୃହୀତ ହୋଇଥିଲା । କୃଷ୍ଣ ଚନ୍ଦ୍ର ଦାଶ, କୈଲାସ ଦାସ, କ୍ଷୀରୋଦ୍ର ସାହୁ, ଲବ ସାହୁ, ଅଂଚଳବାସୀ ଏବଂ ସମସ୍ତ ରକ୍ତଦାତା ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛ‌ନ୍ତି ।

Leave A Reply

Your email address will not be published.