ଟିଟିଲାଗଡ଼ ଡିଏନ ରିସର୍ଟ ଠାରେ ଶନିବାର ଓ ରବିବାର ୨ ଦିନ ଧରି ଅନୁଷ୍ଠିତ ହେବ ମାଗଣା ବୃହତ୍ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ଅଗଷ୍ଟ ୧୦-୧୧ ତାରିଖ ଦୁଇଦିନ ବ୍ୟାପୀ ଏକ ମାଗଣା ବୃହତ୍ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ କରାଯିବା ନେଇ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଆୟୋଜକ କମିଟି ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌ର ଚେୟାରମେନ ଜଗଦୀଶ ପ୍ରସାଦ ଶର୍ମା, ଟିଟିଲାଗଡ଼ ରୋଟାରୀ କ୍ଲବର ସଭାପତି ମହେଶ ଇନ୍ଦୋରିଆ, ରୋଟାରୀ ଇଣ୍ଟର ନେସନାଲ ଥାନେ ନର୍ଥ ଏଣ୍ଡର ପୂର୍ବତନ ଡିଜି ଶିବରାଜ ସିଂ, ପ୍ରୋଜେକ୍ଟ ଡାଇରେକ୍ଟର ଆନନ୍ଦ ଜୈନ ଉପସ୍ଥିତ ରହି ଦୁଇଦିନ ବ୍ୟାପି ହେଉଥିବା ଶିବିରରେ କଣ କଣ ପରୀକ୍ଷଣ କରାଯିବ ସେ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଅଞ୍ଚଳରେ ଲାଗି ରହୁଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ମିଶନ ହେଲଦି ବଲାଙ୍ଗିର ନାମରେ ଏହି ଶିବିରର ଆୟୋଜନ କରିଛୁ ବୋଲି ଥାନେରୁ ଆସିଥିବା ଶିବରାଜ ସିଂ କହିଥିଲେ । ଏହି ଅଞ୍ଚଳରେ ଖାସ କରି କିଡ୍‌ନୀ ରୋଗ, ମଧୁମେହ, ସ୍ତ୍ରୀ ଓ ପ୍ରସୂତି ରୋଗ, ରକ୍ତଚାପ ଭଳି ରୋଗ ବେଶୀ ଦେଖିବାକୁ ମିଳୁଛି, ତାହାକୁ ରୋକିବାକୁ ତଥା ଆଗକୁ ସୁସ୍ଥ କିପରି ରହିବେ ସେ ନେଇ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ନେଇ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ୍‌ ଜଗଦୀଶ ଶର୍ମା ଉଲ୍ଲେଖ କରିଥିଲେ । ଶନିବାର ଓ ରବିବାର ଦିନ ଦୁଇ ଦିନ ବ୍ୟାପୀ ଏହି ନିଶୁଳ୍କ ଶିବିରରେ ରକ୍ତଚାପ, ମଧୁମେହ, ଇସିଜି, ଇକୋ, ବିଏମ୍‌ଆଇ, ଫାଇବ୍ରୋସ୍କାନ ଇତ୍ୟାଦି ମାଗଣାରେ କରାଯିବ । ପୁର୍ବରୁ ପଞ୍ଜିକରଣ କରିବାକୁ କହିବା ସହ ଏହି ଶିବିରରେ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କହିଥିଲେ । ଏହି ଶିବିରରେ ବିଭିନ୍ନ ବଡ଼ ବଡ଼ ହସ୍ପିଟାଲରୁ ୨୫ ଜଣ ଡ଼ାକ୍ତର, ୫୦ ଜଣ ନର୍ସଙ୍କ ସହ ଟିମ୍‌ ଆସି ପରୀକ୍ଷଣ କରିବେ । ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌, ବିକାଶ ମଲ୍ଟିସ୍ପେସିଆଲିଷ୍ଟ ବରଗଡ଼, ସଂଜୀବନି କ୍ୟାନ୍ସର ହସ୍ପିଟାଲ ରାୟପୁର, କେୟାର ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହି ଶିବିର ଅନୁଷ୍ଠିତ ହେବା ସହ ସେଠାରୁ ବିଶେଷଜ୍ଞ ଡ଼ାକ୍ତର ଆସି ପରୀକ୍ଷଣ କରିବେ ।

Leave A Reply

Your email address will not be published.