କଲମପୁରରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ସମ୍ବାଦ ଆମ ଓଡିଶା ପକ୍ଷରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ୍‌ ୨୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ବିଡ଼ିଓ ବିଜୟକୁମାର ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦ୍‌ଘାଟନ କରିଥିଲେ । ଡା. ମୃତ୍ୟୁଞ୍ଜୟ ମହାନ୍ତି ମୁଖ୍ୟବକ୍ତା, ପୋଲିସ ଏଏସ୍‌ଆଇ ଶେଖର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲମପୁର ସମ୍ବାଦ ସାହିତ୍ୟ ଘର ସଭାପତି ସତ୍ୟନାରାୟଣ ରାଜପୁତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅତିଥି ବୃନ୍ଦ ରକ୍ତଦାନର ମହତ୍ୱ, ଏହାର ଉପକାରିତା ଏବଂ ରକ୍ତଦାନ ଏକ ଜୀବନ ଦାନ ତେଣୁ ସୁସ୍ଥ ମଣିଷ ନିହାତି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇ ପୁଣ୍ୟ ଅର୍ଜନ କରିବା ବୋଲି କହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦ ପ୍ରତିନିଧି ଚକ୍ରଧର ନାଏକ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ସଂଯୋଜନା କରିଥିଲେ । ଧର୍ମଗଡ଼ ବ୍ଲଡ଼ ବ୍ୟାଙ୍କରୁ ଆସିଥିବା ଏଲ୍‌ଟି ଗଜାନନ ବେହେରା, ଏଟେଣ୍ଡାନ୍ସ ନିଗମ ଗୋପାଳ, ହେଲ୍ପ ଡେସ୍କ ମ୍ୟାନେଜର ଡମ୍ବରୁଧର ମେହେର, ଏଟେଣ୍ଡେଣ୍ଟ କୃତିବାସ ଦଣ୍ଡସେନା, ଦେବାଶିଷ ସାହୁ ରକ୍ତ ସଂଗ୍ରହ କରିଥିଲେ । ଦର୍ଶନ ଗୁପ୍ତା, ସୁରେନ୍ଦ୍ର ନାଏକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ କୃଷ୍ଣଚନ୍ଦ୍ର ସୁନାନୀ ସହଯୋଗ କରିଥିଲେ ।

Leave A Reply

Your email address will not be published.