
ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ସି ବ୍ଲକ ସ୍ଥିତ ଷ୍ଟାଡିୟମ୍ ଠାରେ ଏକ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶାର ଗର୍ବ ଗୌରବ ପ୍ରାକ୍ତନ ସିଆର୍ପିଏଫ ଡିଆଇଜି ଦୟାନିଧି ତନ୍ତୀଙ୍କ ଆବାହକତ୍ଵ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପ୍ରାକ୍ତନ ସରପଞ୍ଚ ଚିତ୍ତରଞ୍ଜନ ଭୂମିଜଙ୍କ ଅତିଥି ପରିଚୟ ତଥା ସଂଯୋଜନାରେ ଆୟୋଜିତ ଏହି ଶିବିରରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସିଆର୍ପିଏଫ ବରିଷ୍ଠ କମାଣ୍ଡାଣ୍ଟ ଅଶୋକ କୁମାର ଜାଲୱନିଆ, ସିଆର୍ପିଏଫ ୧୯ ବାଟାଲିୟନର କମାଣ୍ଡାଣ୍ଟ ମନୋଜ କୁମାର, ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସତ୍ୟନାରାୟଣ ସାମଲ ତଥା ସ୍ୱତନ୍ତ୍ର ଅତିଥି ଭାବେ ଆଶା ତନ୍ତୀ, ଜଲଦା ସରପଞ୍ଚ ଗୀତା ଓରାମ, ହାତିବନ୍ଧର ସରପଞ୍ଚ ଭାରତୀ ମୁଣ୍ଡାରୀ, ସହକାରୀ କମାଣ୍ଡାଣ୍ଟ ଦୀପକ କୁମାର, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ସ୍ଥାନୀୟ ଅଞ୍ଚଳର ଯୁବପିଢି ଏଥିରେ ଉପକୃତ ହୋଇପାରିବେ ବୋଲି ମତ ପୋଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଓ ସମ୍ମାନିତ ଅତିଥି ଶ୍ରୀ ଜାଲୱନିଆ ଓ ଶ୍ରୀ କୁମାର ଉପସ୍ଥିତ ଥିବା ଯୁବକ, ଯୁବତୀଙ୍କୁ ସଫଳତାର ମନ୍ତ୍ର ଯଥା ସମୟାନୁବର୍ତ୍ତିତା, କଠିନ ପରିଶ୍ରମ, ବାରମ୍ବାର ପ୍ରୟାସ ଓ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ତନ୍ତୀଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଏହି ଶିବିରରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ପ୍ରାରମ୍ଭରେ କର୍ଯ୍ୟକ୍ରମର ମୁଖ୍ୟ ଶ୍ରୀ ତନ୍ତୀ ଏଭଳି ଶିବିରର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପିତାମ୍ବର ଭୂମିଜ, ପ୍ରାକ୍ତନ ସରପଞ୍ଚ ଯାତ୍ରୁ ଓରାମ, ଶିବଶଙ୍କର ରାଜ, ପଦ୍ମନାଭ ମହାପାତ୍ର, ରାଜକୁମାର କିଷାନ, ଜିତେନ୍ଦ୍ର ପଶାୟତ, ଅମରନାଥ ମହାପାତ୍ର, ରବି ସେଠ୍, ଓକିଲ ଅରିସଲ୍, ସୁନିଲ ଭଞ୍ଜ, ଚାମର ସିଂ ମୁଣ୍ଡାରୀ, ବିନୋଦ କେରକେଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଯାତ୍ରୁ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ ।