oum

ସଇଁତଲାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର

jsm

ସଇଁତଲା, (ପ୍ରମୋଦ ସେଲମା) : ତିନୋଟି ନୂଆ ଅପରାଧିକ ଆଇନ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି । ଏନେଇ ସଇଁତଲା ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଇଁତଲା ଓକିଲ ସଂଘ ସଭାପତି ସୁବୋଧ କୁମାର ମିଶ୍ର, ସମ୍ପାଦକ ଫିରୋଜ କୁମାର ବଗର୍ତ୍ତି, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ସମ୍ପାଦକ ବିଶାଳ ଅଗ୍ରୱାଲ ଓ ସରପଞ୍ଚ ସଂଘ ସଭାପତି ଅଶୋକ ସାହୁ ଉପସ୍ଥିତ ଥିଲେ । ଏନେଇ ଅତିଥିମାନେ ବକ୍ତବ୍ୟରେ କହିଥିଲେ ଯେ, ନୂଆ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାର ତଦନ୍ତକୁ ପ୍ରାଥମିକତା ଦିଆଯାଇଛି । ନୂଆ ଅପରାଧ ଆଇନ ଅନୁଯାୟୀ ଫରେନସିକ୍ ବିଶେଷଜ୍ଞମାନେ ଗୁରୁତର ଅପରାଧ ଏବଂ ପ୍ରମାଣ ସଂଗ୍ରହ ପାଇଁ ଅପରାଧ ସ୍ଥଳ ପରିଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି । ଏହି ତିନୋଟି ନୂଆ ଆଇନର ଆତ୍ମା ହେବ ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ସମସ୍ତ ଅଧିକାରର ସୁରକ୍ଷା କରିବା । ଏହାର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ ବରଂ ନ୍ୟାୟ ଦେବା । ଏହି ପ୍ରକ୍ରିୟାରେ ଅପରାଧ ନିବାରଣ ଭାବନା ସୃଷ୍ଟି କରିବା ପାଇଁ ଯେଉଁଠାରେ ଆବଶ୍ୟକ ସେଠାରେ ଦଣ୍ଡ ଦିଆଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଉକ୍ତ ସଭାରେ ସାମ୍ବାଦିକ, ଗ୍ରାମର ଭଦ୍ରବ୍ୟକ୍ତି ତଥା ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.