ବଲାଙ୍ଗିରରେ ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ବଲାଙ୍ଗିର ମାରୱାଡ଼ି ସେବା ସଦନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଶିବିରରେ ମୋଟ ୭୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ସୂଚନା ରହିଛି । ‘ଡୋନେଟ୍‌ ବ୍ଲଡ଼୍‌, ସେଭ୍‌ ଲାଇଭ୍‌’ ସ୍ଲୋଗାନ ସହ ଏହି କାର୍ଯ୍ୟକ୍ରମରେ ମହିଳା ମାରୱାଡ଼ି ସମ୍ମେଳନର ବିଶିଷ୍ଟ କର୍ମକର୍ତ୍ତା ଲକ୍ଷ୍ମୀ ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ବବିତା ଅଗ୍ରୱାଲ, ନିତୁ ଅଗ୍ରୱାଲ, ସବିତା ଅଗ୍ରୱାଲ, ଦୁର୍ଗୀ ଅଗ୍ରୱାଲ, କମ୍‌ଲା କେଡ଼ିଆଙ୍କ ସମେତ ଅନ୍ୟମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ସମାଜସେବା କ୍ଷେତ୍ରରେ ଉତ୍ତମ ଯୋଗଦାନ ପାଇଁ ମହିଳା ମାରୱାଡ଼ି ସମ୍ମେଳନର ସକ୍ରିୟ କର୍ମକର୍ତ୍ତାଙ୍କ ସହ କିଛି ସାମ୍ବାଦିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.