oom

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ସ୍ୱାସ୍ଥ୍ୟ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବଲାଙ୍ଗିରର ଆନୁକୁଲ୍ୟରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ମଲିଆ ଗଡୁଆ ସଂଯୋଜନା କରିଥିଲେ । ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ସତ୍ୟନାରାୟଣ ମାଝି ଏବଂ ଆଂଚଳିକ ପ୍ରବନ୍ଧକଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ । କର୍ମଚାରୀ ସଂଘର ଉପସଭାପତି ପ୍ରଶନ୍ନ କୁମାର ମିଶ୍ର ଓ ପର୍ଶୁରାମ ନାୟକ, ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା, କାର୍ଯ୍ୟକାରୀ ସଭ୍ୟ ଗୋପବନ୍ଧୁ ପୁରୋହିତ, କୃଷ୍ଣଚନ୍ଦ୍ର ମହାକୁର, ହରେକୃଷ୍ଣ ପଟେଲ, ମନୋରଂଜନ ମିଶ୍ର, ରଘୁନାଥ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରଦୀପ କୁମାର ସାହୁ, ନିଳମଣି ମିଶ୍ର ସମେତ ୩୧ ଜଣ କର୍ମଚାରୀ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇଥିଲେ । ଏତଦ୍‌ ବ୍ୟତିତ ସଂଘର ଅଶୋକ କୁମାର ଚାନ୍ଦ, ଯୋଗେଶ୍ୱର ପଣ୍ଡା, ବିନୋଦ ବିହାରୀ ସିଂହ, ନରସିଂହ ରାଓ, ଶ୍ରଦ୍ଧାକର କମ୍ପ, ନିଳମଣି ପ୍ରଧାନ, ପାଣ୍ଡବ ପଧାନ, ନିମାଇଁ ଚରଣ ମେହେର, ଗୋପାଳ ଚନ୍ଦ୍ର ନାଏକ, ଲୋକନାଥ ନେପାକ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବ୍ୟାଙ୍କ କର୍ମକର୍ତ୍ତା ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘ ମଧ୍ୟରେ ଏକ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସଂଘର ସଂପାଦକ ଶ୍ରୀ ଗଡୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.