ଜିଲ୍ଲା ମିଶନ ଶକ୍ତି ପକ୍ଷରୁ ହଟକଟ ଗ୍ରାମରେ ପଞ୍ଚାୟତସ୍ତରୀୟ ମଡ୍ୟୁଲ ତାଲିମ ଶିବିର ଅନୁଷ୍ଠିତ

ପାଟଣାଗଡ଼, ( ଗୋରେଖନାଥ ବରିହା) : ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତର ହଟକଟ ଗ୍ରାମରେ ମିଶନ ଶକ୍ତି ପକ୍ଷରୁ ପଞ୍ଚାୟତସ୍ତରୀୟ ମଡ୍ୟୁଲ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ସୁକଦେବ ଦାସ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗ୍ରୁପ୍ ପରିଚାଳନା ଓ ରୋଜଗାର ବୃଦ୍ଧି ନେଇ ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କୁ ବୁଝାଇଥିଲେ । ଶିକ୍ଷା ଓ ପରିବାର ଚଳାଇବା ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରତି ମାସରେ ସଭ୍ୟ ଚାନ୍ଦା ଆଦାୟ କରି ପାସ୍‌ବୁକ ରେ ଜମା କରିବା ବିଷୟରେ ବୁଝାଇଥିଲେ । ଜୀବିକା ମିଶନ ଶକ୍ତି ଯୋଜନାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ଏସ୍‌ଏଚ୍‌ଜି ଗୁଡ଼ିକ ନିକଟରେ ପହଞ୍ଚାଇବାକୁ ସିଆର୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ୟ୍ୟକ୍ରମରେ ଏମବିକେ ଗୀତାଞ୍ଜଳି ସାହୁ ଓ ଏସ୍‌ଏଚ୍‌ଜି ମହାସଂଘ ସଭାପତି ଚନ୍ଦ୍ରକାନ୍ତି ବୁଡ଼େକ ଉପସ୍ଥିତ ଥିଲେ । ପରେ ଉପସ୍ଥିତ ସମସ୍ତ ଏସଏଚଜି ସଦସ୍ୟାମାନଙ୍କୁ ବିସ୍କୁଟ ଚା ବଣ୍ଟନ କରାଯାଇଥିଲା । ମଞ୍ଜୁଲତା ବୁଡ଼େକ, ଅନୁସୟା ବୁଡ଼େକ, ଦଶବନ୍ତି ଦେଓ, ରେବତୀ ନାଗ, ଯଶୋବନ୍ତି ବର୍ଗେ ପ୍ରମୁଖ ସିଆର୍‌ପିସିଏମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.