oom

ପଦ୍ମପୁର ବିଜେପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ମେଗା ରକ୍ତଦାନ ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୭ ତାରିଖ ପର୍ୟ୍ୟନ୍ତ ବିଜେପି ପକ୍ଷରୁ ଚାଲିଥିବା ସେବା ଓ ସମର୍ପଣ ଅଭିଯାନ ପରିପ୍ରେକ୍ଷୀରେ ଆଜି ଭାଜପା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ପଦ୍ମପୁର ସ୍ଥିତ ଟାଉନ ହଲ ଠାରେ ଗାନ୍ଧୀ ଜୟନ୍ତୀ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ, ବିଜେପି ଏସଟି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୁଏ, ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ,ରାଜ ବୋଡାସମ୍ବର ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଡା ଲମ୍ବୋଦର ପଣ୍ତା, ପଦ୍ମପୁର ନଗର ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ତା, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ,ଡା. ନାରାୟଣ ପୁରୋହିତ, ନିରୋଜ ଦାସ, ସରସ୍ଵତୀ ସାହୁଙ୍କ ଉପସ୍ଥିତରେ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚ ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏହାକୁ ଉଦଘାଟନ କରିଥିଲେ । ଏଥିରେ ୧୧୧ ୟୁନଟି ରକ୍ତ ସଂଗ୍ରହ ହୋଇଥିଲା । ପଦ୍ମପୁର ରକ୍ତ ଭଣ୍ଡାର ସଂଗ୍ରାମ କେଶରୀ ମହନ୍ତ, ଦୀପକ ସାହୁ, ହିତେଶ ସାହୁ, ଜୀତେନ୍ଦ୍ର ଗୁର୍ଲା,ଜିତେଶ ଦାଶ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ବିଜେପିର ସମସ୍ତ ମଣ୍ତଳ ସଭାପତି ସୌକିଲାଲ ସାହା, କେତନ ମେହେର, କୈଳାସ ଦିଶ୍ରୀ, ହରେକୃଷ୍ଣ ପଟେଲ, ଭୀଷ୍ମଦେବ ସାହୁ, ସଂଜୟ ବେହେରା, ମିଳନ ପାଣ୍ଡେଙ୍କ ସମେତ ଯୁବମୋର୍ଚ୍ଚାର କୁନାଲ ପାଣିଗ୍ରାହୀ,ରୋଶନ ପାଣିଗ୍ରାହୀ, ମଣ୍ଟୁ ପାଣ୍ତେ, ଲକ୍ଷ୍ମୀକାନ୍ତ ବରିହା, ଦିନେଶ ବାରିକ, ନରେଶ ସାହୁ, ରାଜିବ ବୁଦ୍ଧିଆ, ଦୀପକ ବାରିକ, ମୋତିଲାଲ ଧରୁଆ, ଅଜିତ ସାହୁ, ରମଣୀ ହୋତା, ଯୁଗଳ କିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.