
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ଶିବ ମନ୍ଦିର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଗତକାଲି ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗ୍ରାମର ବାରପୁଟା ପାହାଡ଼ ଠାରେ ଶିବ ମନ୍ଦିର ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଶ୍ରୀ ମେହେର ସ୍ୱହସ୍ତରେ ଭୂମି ପୂଜନ କରିଥିଲେ । ଏଥି ସହିତ ଗାଁ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ ଏବଂ ସମସ୍ୟାର ସମାଧାନ ଶୀଘ୍ର ହେବ ବୋଲି ପ୍ରତିଶୃତି ଦେଇଥିଲେ ।
